ମିଆଁମାର୍‌ରୁ ଆସି ମିଜୋରାମରେ ଆଶ୍ରୟ ନେଇଛନ୍ତି ୬୦୦ ସୈନିକ…

add-all

IMAGE_1705743986

ମିଆଁମାର : ମିଆଁମାର୍‌ରେ ଦିନକୁ ଦିନ ବଢ଼ି ଚାଲିଛି ବିଦ୍ରୋହ। ଏଠାରେ ଜୁଣ୍ଟା-ଶାସନ ସହ ସେମାନଙ୍କ ଲଢ଼େଇ ଜାରି ରହିଛି। ଏହାରି ଭିତରେ ମିଆଁମାର୍‌ ସେନାର ଶହ ଶହ ସୈନିକ ଭାରତ ଆଡକୁ ପଳାୟନ କରିଛନ୍ତି। ଏନେଇ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି।
ତୀବ୍ର ସଂଘର୍ଷ ମଧ୍ୟରେ ମିଆଁମାର୍‌ ସେନାର ପ୍ରାୟ ୬୦୦ ସୈନିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି। ସୈନିକମାନଙ୍କୁ ଶୀଘ୍ର ପଡୋଶୀ ଦେଶକୁ ପଠାଇଦେବା ପାଇଁ ଏବେ ମିଜୋରାମ ସରକାର କେନ୍ଦ୍ରକୁ ନିବେଦନ କରିଛନ୍ତି।
ସୂଚନା ମୁତାବକ, ପଶ୍ଚିମ ମିଆଁମାର୍‌ର ରକାଇନ୍‌ରେ ଥିବା ଜାତୀୟ ସଶନ୍ତ୍ର ଗୋଷ୍ଠୀ ଅରାକନ୍‌ ସେନା (ଏଏ)ର ମାଓବାଦୀମାନେ ସୈନିକ ଶିବିରକୁ କବ୍‌ଜା କରିବା ପରେ ପ୍ରାୟ ୬୦୦ ସୈନିକ ମିଜୋରାମକୁ ପଳାୟନ କରିଛନ୍ତି। ଆସାମ ରାଇଫଲ୍ସର କ୍ୟାମ୍ପ ଭିତରେ ସୈନିକମାନଙ୍କୁ ଆଶ୍ରୟ ଦିଆଯାଇଛି। ଏବେ ମିଜୋରାମ ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଲାଲଡୁହୋମା ଆଶ୍ରୟ ନେଇଥିବା ସୈନିକମାନଙ୍କୁ ପଡୋଶୀ ଦେଶକୁ ସୁରକ୍ଷିତ ଭାବେ ଫେରାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଶିଲଙ୍ଗରେ ଉତ୍ତର-ପୂର୍ବାଞ୍ଚଳ ପରିଷଦ ବୈଠକରେ ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ଲାଲଡୁହୋମା କଥା ହୋଇଛନ୍ତି।
ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା କହିଛନ୍ତି, ଲୋକମାନେ ମିଆଁମାର ଛାଡି ଆମ ଦେଶକୁ ଆଶ୍ରୟ ନେବାକୁ ଆସୁଛନ୍ତି ଏବଂ ଆମେ ସେମାନଙ୍କୁ ମାନବିକତା ଦୃଷ୍ଟିରୁ ସାହାଯ୍ୟ କରୁଛୁ। ଲଗାତର ମିଆଁମାର ସୈନିକମାନେ ଆସି ଆଶ୍ରୟ ମାଗୁଛନ୍ତି। ପ୍ରାୟ ୪୨୦ ସୈନିକଙ୍କୁ ବିମାନ ଦ୍ୱାରା ପଠାଇ ଦିଆଯାଇଛି।
୨୦୨୧ ଶାସନ ପରିବର୍ତ୍ତନ ହେବା ପରେ ମିଆଁମାରର ଜେନେରାଲଙ୍କୁ ସବୁଠାରୁ ବଡ ପରୀକ୍ଷାର ସାମ୍ନା କରିବାକୁ ପଡୁଛି। ଅକ୍ଟୋବର ଶେଷରେ ଅଳ୍ପସଂଖ୍ୟକମାନେ ଆକ୍ରମଣ କରି କେତେକ ସହର ଏବଂ ସାମରିକ ପୋଷ୍ଟକୁ କାବୁ କରିବା ପରେ ସୈନିକମାନଙ୍କୁ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ କରାଯାଉଛି। ଫଳରେ ପରିସ୍ଥିତି ଆହୁରି ବିଗିଡିବାରେ ଲାଗିଛି।

ad-week
Leave A Reply

Your email address will not be published.