ପ୍ରାଣପ୍ରତିଷ୍ଠା ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ ବଦଳ, ରିଜର୍ଭ ବ୍ୟାଙ୍କର ଘୋଷଣା…

add-all

2000 rupees3

ମୁମ୍ବାଇ : ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ସେହିଦିନ ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ଓ ବିଭିନ୍ନ ରାଜ୍ୟରେ ଥିବା ଆଂଚଳିକ କାର୍ଯ୍ୟାଳୟଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ବଦଳ ବନ୍ଦ ରହିବ ।
କେବଳ ୨୦୦୦ ଟଙ୍କିଆ ନୋଟ ନୁହେଁ ରିଜର୍ଭ ବ୍ୟାଙ୍କର ଅନ୍ୟାନ୍ୟ କାରବାର ମଧ୍ୟ ବନ୍ଦ ରହିବ । ସେଗୁଡ଼ିକ ମଧ୍ୟରେ ରହିଛି ସରକାରୀ ସିକ୍ୟୁରିଟି କାରବାର, ବିଦେଶୀ ମୁଦ୍ରା କାରବାର, ଟଙ୍କା ସୁଧହାର ଡେରିଭେଟିଭ୍ କାରବାର ଇତ୍ୟାଦି । ପରବର୍ତ୍ତି ଦିନ ଅର୍ଥାତ ୨୩ ତାରିଖରୁ ଏସବୁ କାରବାର ସ୍ବାଭାବିକଭାବେ ହେବ ।
ଏହା ପୂର୍ବରୁ ଜାନୁଆରି ୧୨ ତାରିଖରେ ବି ୨୦୦୦ ଟଙ୍କିଆ ନୋଟ ବଦଳ କାର୍ଯ୍ୟ ବନ୍ଦ ରହିଥିଲା । କେତେକ ପରିଚାଳନାଗତ ସମସ୍ୟା ଯୋଗୁଁ ଏପରି ହୋଇଥିଲା ।
ଅନ୍ୟପକ୍ଷରେ ସରକାରୀ ନିଷ୍ପତ୍ତି ଅନୁସାରେ ସେହିଦିନ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ବି ଅଧାଦିନ ବନ୍ଦ ରହିବ । କିନ୍ତୁ ଘରୋଇ ବ୍ୟାଙ୍କମାନେ ନିଜେ ଏ ନେଇ ନିଷ୍ପତ୍ତି ନେଇପାରିବେ ।

ad-week
Leave A Reply

Your email address will not be published.