ପଶ୍ଚିମବଙ୍ଗରେ ୪୨ଟି ଯାକ ଆସନରେ ଲଢ଼ିବ ଟିଏମ୍‌ସି

newyr25

jdgjggjddgjdgjdgj-750x430

କୋଲକାତା: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଜି ଏକ ଧକ୍କା ଲାଗିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ। ଏପରିକି ବ୍ରହ୍ମପୁର ଆସନରୁ ସାଂସଦ ଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଆସନରେ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ଦେବ। ମୁର୍ଶିଦାବାଦ ଜିଲ୍ଲାର ଦଳୀୟ ନେତୃବୃନ୍ଦଙ୍କ ସହିତ ଟିଏମ୍‌ସିର ଶୀର୍ଷ ନେତାମାନେ ଆଲୋଚନା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ, ମୁର୍ଶିଦାବାଦ ଜିଲ୍ଲା ଅଧୀନରେ ୩ଟି ଲୋକସଭା ଆସନ ରହିଛି। ସେଗୁଡ଼ିକ ହେଲା ଜାଙ୍ଗିପୁର, ବ୍ରହ୍ମପୁର ଏବଂ ମୁର୍ଶିଦାବାଦ। ବ୍ରହ୍ମପୁର ଆସନରେ କଂଗ୍ରେସ ସାଂସଦ ଥିବାବେଳେ ଅନ୍ୟ ଦୁଇଟିରେ ଟିଏମସି ସାଂସଦ ରହିଛନ୍ତି। କଂଗ୍ରେସର ଗଡ଼ କୁହାଯାଉଥିବା ବ୍ରହ୍ମପୁର ଆସନରୁ ଶ୍ରୀ ଚୌଧୁରୀ ୧୯୯୯ ମସିହାରୁ ଜିତି ଆସୁଛନ୍ତି। କଂଗ୍ରେସ ଅଧିକ ଆସନ ମାଗୁଥିବାବେଳେ ଟିଏମ୍‌ସିର ଏହି ନିଷ୍ପତ୍ତି ଦେଶର ସର୍ବ ପୁରାତନ ଦଳ ପାଇଁ ଝଟ୍‌କା ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମମତା ବାନାର୍ଜୀ କଂଗ୍ରେସକୁ ୨ଟି ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.