ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ…

add-all

train-2-750x430

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ ଅଯୋଧ୍ୟା ଧାମ ଯିବ। ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ଼, ଇବ ଷ୍ଟେସନରେ ରହିବ। ସେହି ଟ୍ରେନ ଫେବୃଆରୀ ୩ ତାରିଖରେ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ଦେଇ ପୁଣି ଗୁଣ୍ଟୁରରେ ପହଞ୍ଚିବ।

ସେହିପରି ଦ୍ୱିତୀୟ ଆସ୍ଥା ଏକ୍ସପ୍ରେସ ଫେବୃଆରୀ ୪ରେ ବିଜୟୱାଡ଼ାରୁ ଛାଡ଼ି ଅଯୋଧ୍ୟା ଧାମ ଯିବ। ସେଠାରୁ ପୁଣି ୭ରେ ଫେରିବ। ଫେବୃଆରୀ ୭ ତାରିଖରେ ରାଜମହେନ୍ଦ୍ରିରୁ ବାହାରି ଅଯୋଧ୍ୟା ଧାମ ଯିବ। ୧୦ରେ ସେହି ଆସ୍ଥା ଏକ୍ସପ୍ରେସ ଅଯୋଧ୍ୟାଧାମ ଛାଡ଼ି ଓଡ଼ିଶା ହୋଇ ରାଜମହେନ୍ଦ୍ରୀରେ ପହଞ୍ଚିବ। ଚତୁର୍ଥ ଆସ୍ଥା ଏକ୍ସପ୍ରେସ ଫେବୃଆରୀ ୧୧ରେ ସାମଲକୋଟରୁ ଛାଡ଼ିବ। ସେହି ଟ୍ରେନ ଫେବୃଆରୀ୧୪ରେ ଅଯୋଧ୍ୟା ଧାମରୁ ଓଡ଼ିଶା ଦେଇ ସାମଲକୋଟରେ ପହଞ୍ଚିବ।

ad-week
Leave A Reply

Your email address will not be published.