ମିଳିତ ରକ୍ତଦାନ ଶିବିର, ୫୫ଜଣଙ୍କ  ସ୍ବେଚ୍ଛାକୃତ ରକ୍ତଦାନ

add-all

ଆସିକା : ଆସିକା ବସ ଷ୍ଟାଣ୍ଡ ନିକଟସ୍ଥ ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ  ଶାନ୍ତି ଶକ୍ତିଭବନର ସଞ୍ଚାଳିକା ବ୍ରହ୍ମା କୁମାରୀ ପ୍ରଭାତୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ  ପରିସରରେ ଅନୁଷ୍ଠିତ ହୋଇଛି।। କୌଣସି କଠିନ ସମୟ ରେ ଲୋକ ରକ୍ତ ଅଭାବ ରୁ ଯେଭଳି ମୃତ୍ୟୁ ମୁଖ ରେ ନ ପଡେ ସେଥି ଲାଗି  ଚତୁର୍ଥ ଥର ପାଇଁ ଏହି ଶିବିର ଆୟୋଜନ  କରାଯାଇଥିବା ବ୍ରହ୍ମା କୁମାରୀ ପ୍ରଭାତୀ କହିଛନ୍ତି। ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ଅବସରରେ ଗତ ଚାରି ବର୍ଷ ହେଲା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଶାନ୍ତି ଶକ୍ତି ଭବନ ପକ୍ଷରୁ ସଫଳତାର ସହିତ ସ୍ୱେଚ୍ଛାକୃତ ରକ୍ତଦାତା ଶିବିର ଆୟୋଜନ ହେଉଛି। ବର୍ତ୍ତମାନ ବ୍ରହ୍ମପୁର ରକ୍ତ ଭଣ୍ଡାର ରେ ରକ୍ତର ବହୁତ ଆବଶ୍ୟକତା ରହିଥିବା ବେଳେ ଏହି ଶିବିର ରୁ ୯ ଟି ଏ ପଜିଟିଭ,୪ଟି ଏବି  ପଜିଟିଭ ଓ ଏକଟି ନେଗେଟିଭ ଗ୍ରୁପ  ରକ୍ତ ୟୁନିଟ ସହିତ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ପ୍ରତ୍ୟକ ଦିନ ସିକଲସେଲ, ଥାଲାସେମିଆ ଭଳି ରୋଗୀ ସହିତ ଗର୍ଭବତୀ ମହିଳା, ଦୁର୍ଘଟଣାରେ ଗୁରୁତର ରୋଗୀ ଙ୍କୁ ରକ୍ତ ର ବହୁତ ଆବଶ୍ୟକତା ରହୁଛି। ଆଜିର ଏହି ଶିବିର ରେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ,ଚିନିଶିଳ୍ପ ର ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ,ଆସିକା ଥାନା ଅଧିକାରୀ ପି ସ୍ୱରୂପ କିଷାନ ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ,  ଅତିଥି ରୂପେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।ବ୍ରହ୍ମକୁମାର ସତ୍ୟପ୍ରିୟ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।ଏହି ଶିବିର ରେ ତିନି ଜଣ ଦିବ୍ୟାଙ୍ଗ କଂସ କୁମାର ପୋଲାଇ,ଟୁଟୁ ଗୌଡ଼ ସରୋଜ ବେହେରା ୧୩ ଜଣ ମହିଳା ବ୍ରହ୍ମାକୁମାରୀ ସୁଜ୍ଞାନୀ, ଭାଗ୍ୟଳତା, ଜ୍ୟୋତି,ଅନୁରାଧା, ଲୀଳାବତୀ, ନିରୁପମା, ସିନ୍ଧୁସୁଧା, ପ୍ରଭାତି ପାଣିଗ୍ରାହୀ, ବ୍ରହ୍ମକୁମାର ବୁଲୁ, ବ୍ରହ୍ମକୁମାର ସତ୍ୟପ୍ରିୟ,  ରାଧାଶ୍ୟାମ, ଶଙ୍କର ପାଣି�

ad-week
Leave A Reply

Your email address will not be published.