୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଲା ବନ ବିଭାଗ…

add-all

IMAGE_1705838739

୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଲା ବନ ବିଭାଗ। ଏହି ଅଭିଯୋଗରେ ଜଣକୁ ଗିରଫ କରିଛି। ଏପରି ଅଭିଯୋଗ ନବରଙ୍ଗପୁରରୁ ଆସିଛି। ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।

ନନ୍ଦାହାଣ୍ଡି ବ୍ଲକ୍‌ ବି.ମାଳିଗୁଡା ଗାଁ ନିକଟରେ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ ହେଉଥିଲା। ବନ ବିଭାଗ ଏ ସମ୍ପର୍କରେ ସେଠାରେ ପହଞ୍ଚିଥିଲା। ବଜ୍ରକାପ୍ତା ଡିଲ୍‌ ବେଳେ କୋରାପୁଟ ଜିଲ୍ଲା କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲିଙ୍କୁ ମାଡ଼ି ବସିଥିଲା। ତେବେ ଅନ୍ୟ ଜଣେ ସେଠାରୁ ଚମ୍ପଟ ମାରିଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ପ୍ରାୟ ୧୦ କେଜି ବନ ଖଣ୍ଡ ଅଧିକାରୀ କହିଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ନବରଙ୍ଗପୁର ଜିଲ୍ଲାର ବଜ୍ରକାପ୍ତ ଡିଲ୍‌ ହେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅର୍ଥାତ ଗତ ୧୪ ତାରିଖ କୋଡ଼ିଙ୍ଗା ରେଞ୍ଜ ଅଂଚଳରେ ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ି ବସିଥିଲା ବନ ବିଭାଗ। ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ।

ad-week
Leave A Reply

Your email address will not be published.