ବିରଳ ପ୍ରଜାତିର ୬ଟି ଗରୁଡ଼ ପକ୍ଷୀ ଉଦ୍ଧାର…

add-all

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମରୁ ୬ଟି ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି।ଭାଲିଆଡିହି ଗ୍ରାମର ମା ରକ୍ଷାପାଳକଙ୍କ ଯତ୍ରାଉତ୍ସବ ପାଇଁ ଆବଶ୍ୟକ ଜାଳେଣି ପାଇଁ ଏକ ଶୁଖିଲା ଆମ୍ବଗଛ କାଟିବା ସମୟରେ ଏହି ୬ଟି ଗରୁଡ଼ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଏନେଇ ଓଡ଼ଗାଁ ବନବିଭାଗ କୁ ଖବର ଦେବାରୁ ବନବିଭାଗ ସମସ୍ତ ପକ୍ଷୀ ମାନଙ୍କୁ ଉଦ୍ଧାର କରିଥିଲା । ଏହି ପକ୍ଷୀ ଗୁଡ଼ିକ ବିରଳ ପ୍ରଜାତିର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ରମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ସ୍ୱର୍ଣ୍ଣକଳସ କ୍ଷେତ୍ର ଓଡ଼ଗାଁ ରେ ଗରୁଡ଼ ପକ୍ଷୀଙ୍କ ଆବିର୍ଭାବ ଏକପ୍ରକାର ଶୁଭ ସଂକେତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ad-week
Leave A Reply

Your email address will not be published.