ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

add-all

IMAGE_1705843772 (1)

ଶିକ୍ଷକ ନିଯୁକ୍ତି ଅନିୟମିତା ନେଇ ରାଜ୍ୟ ରାନୀତିରେ ଚାଲିଛି ବାକ୍ ଯୁଦ୍ଧ। ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଥିଲେ। ଆଜି କେନ୍ଦ୍ର ମନ୍ତ୍ରୀଙ୍କ ‘ମହାଲମାଣ୍ଡା’ ମନ୍ତବ୍ୟକୁ ନେଇ ବିଜେଡି ବର୍ଷିଛି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ନିର୍ବାଚନ ଫଳାଫଳ କହିବ କିଏ ଫେକ ମହାଲମାଣ୍ଡା।

ଆଜି ପୁଣି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ ଆଣି ରାଜ୍ୟସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ୨୦ ହଜାର ଚାକିରି ନିଯୁକ୍ତି ବେଳେ କାହିଁକି ଏ ଅବ୍ୟବସ୍ଥା ହେଲା? କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି ବୋଲି କହୁଛନ୍ତି। ମୁଁ ଏଠି ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA।

କାହା ପାଖରେ କିଛି ଭୁଲ ଖବର ଥିବ, ମୁଁ କିଛି କହିବାକୁ ଚାହୁଁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ NTA ସଂସ୍ଥା ତିଆରି କରାଯାଇଛି। ଏଡିସିଲର କାମ ନୁହେଁ ଇଣ୍ଟରଭିଉ ଆଦି କାର୍ଯ୍ୟ କରିବା। ପୂର୍ବରୁ ଏଡିସିଲକୁ ନେଇ ଅଭିଯୋଗ ଆସିଥିଲା। କାର୍ଯ୍ୟାନୁଷ୍ଠାନ ନେଇଥିଲି। ଏଡିସିଲ୍‌ର ବାହାନା ନେଇ ଓଡ଼ିଆ ପିଲାଙ୍କ ନିଯୁକ୍ତିର ଅସ୍ପଷ୍ଟତା ନ ରହୁ।

ASO ପରୀକ୍ଷାରେ କ’ଣ ହେଲା ସେତେବେଳେ ତ ଏଡିସିଲ ନ ଥିଲା? ଚାକିରି ପାଇଁ ପରୀକ୍ଷା କଲ। ପରୀକ୍ଷା ପରେ ସର୍ତ୍ତ ବଦଳାଇ ଦେଲ। OPSC ଅଧିକାରୀ ମାନଙ୍କ ଦୁର୍ନୀତି ଧରାପଡ଼ିଲା। ଦଣ୍ଡର ବାହାନା କଲ। ମୁଁ ଏବେ ଶୁଣୁଛି ପୁନଃ ନିଯୁକ୍ତି ପ୍ରମୋସନ ଦିଆଯାଇଛି। ତେଣୁ ଓଡ଼ିଆ ପିଲାମାନଙ୍କ ସ୍ୱାର୍ଥ ସାଙ୍ଗରେ କେହି ନ ଖେଳିବା ଉଚିତ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ad-week
Leave A Reply

Your email address will not be published.