ପ୍ରାଣପ୍ରତିଷ୍ଠା ସମୟରେ ସାବଧାନ ରହିବାକୁ ସରକାର ଦେଲେ ଚେତାବନୀ…

add-all

ram

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ଦେଖିବାକୁ ମିଳୁଛି। ଏହି ଉତ୍ସବ ସମୟରେ ଲୋକଙ୍କୁ ସତର୍କ ରହିବାକୁ ସରକାର ଚେତବାନୀ ଦେଇଛନ୍ତି। କାରଣ ଏଭଳି ସମୟରେ ସାଇବର ଅପରାଧୀ ସକ୍ରିୟ ହୋଇଯାଇଛନ୍ତି, ତେଣୁ ଲୋକେ ଠକେଇର ଶିକାର ହେବାର ଅନେକ ସମ୍ଭାବନା ରହିଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ରାମମନ୍ଦିରର ପ୍ରାଣପ୍ରତିଷ୍ଠାର ଲାଇଭ ଷ୍ଟ୍ରିମିଂ ନାମରେ ସାଇବର ଅପରାଧୀ ଲୋକଙ୍କୁ ମେସେଜ ପଠାଇ ପାରନ୍ତି। ଏହି ମେସେଜ ସହିତ ଏକ ଲିଙ୍କ ପଠାଯାଇ ଦାବି କରାଯାଇପାରେ କି, ‘ଉକ୍ତ ଲିଙ୍କ ଉପରେ କ୍ଲିକ କଲେ ରାମଲଲ୍ଲାଙ୍କ ଲାଇଭ ଷ୍ଟ୍ରିମିଂ ଦେଖି ପାରିବେ।’

ଏମଏଚଏ ସ‌ାଇବର ଉଇଙ୍ଗ ଏକ ଆଲର୍ଟ ଜାରି କରିଛି। ସାଇବର ଉଇଙ୍ଗଙ୍କୁ ଏମିତି ଏକ ନକଲି ଉଇଙ୍ଗର ସୂଚନା ମିଳିଛି। ଏଥିରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ପାଇଁ ସେମାନଙ୍କ ହ୍ବାଟସଆପକୁ ମେସେଜ ପଠାଉଛନ୍ତି। ଏହି ମେସେଜକୁ ଲୋକେ କ୍ଲିକ କଲେ ସେମାନଙ୍କ ମୋବାଇଲ ଡାଟା, ବ୍ୟାଙ୍କ ଆକାଉଣ୍ଟ ହ୍ୟାକ ହୋଇ ସମସ୍ତ ଟଙ୍କା ହଡ଼ପ ହୋଇପାରେ।

ଯଦି ଆପଣଙ୍କ ପ‌ାଖକୁ ଏଭଳି ମେସେଜ ଆସୁଛି ତେବେ ସାବଧାନ ରୁହନ୍ତୁ। ପୂର୍ବରୁ ସୂଚନା ନଥିବା କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। ଭୁଲବଶତଃ ଯଦି କ୍ଲିକ ହେବାର ଭୟ ରହୁଛି ତେଣୁ ଏମିତି ମେସେଜ ଦେଖିବା କ୍ଷଣି ଡିଲିଟ କରି ଦିଅନ୍ତୁ । ଏଥିସହିତ ଏଭଳି ମେସେଜ ପାଇବା ସଙ୍ଗେସଙ୍ଗେ ସାଇବର ହେଲପଲାଇନ ନମ୍ବର ୧୯୩୦କୁ ଜଣାଇ ମାମଲା ରୁଜୁ କରନ୍ତୁ।

ad-week
Leave A Reply

Your email address will not be published.