ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ସବୁଠି ଜଳିଲା ରାମ ଜ୍ୟୋତି…

add-all

sedf

ଅଯୋଧ୍ୟରେ ସମ୍ପନ୍ନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଆରମ୍ଭ ହୋଇଛି ଦୀପୋତ୍ସବ। ସବୁଠି ଜଳିଛି ରାମ ଜ୍ୟୋତି। ସାରା ଦେଶବାସୀ ଦୀପ ଜାଳି ରାମଙ୍କ ଭକ୍ତିରେ ଲୀନ ହୋଇ ପଡିଛନ୍ତି।

ଅଯୋଧ୍ୟା, ହନୁମାନଗଡିରେ ଦୀପ ଜାଳି ଦୀପୋତ୍ସବ ପାଳନ କରାଯାଇଛି। ସେହିପରି ଏହି ଶୁଭ ଅବସରରେ ଦିଲ୍ଲୀର ରାଜରାସ୍ତା ମଧ୍ୟ ଆଲୋକିତ ହୋଇପଡିଛି। ଦୀପ ଆଲୋକରେ ଆଲୋକିତ ହୋଇଛି ପୂରା ରାଜଧାନୀ। ରାମ ମନ୍ଦିର ଉଦ୍‌ଘାଟନ ଉପଲକ୍ଷେ ଦିଲ୍ଲୀର କନଟ୍‌ ପ୍ଲେସର ସମସ୍ତ ମହତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଏକା ସହ ୧ ଲକ୍ଷ ୨୫ ହଜାର ରାମ ଜ୍ୟୋତି ଜଳା ଯାଇଛି।

କନଟ୍‌ ପ୍ଲେସର ଇନର ସର୍କଲ, ଆଉଟର ସର୍କଲ, ରିଗଲ କମ୍ପ୍ଲେକ୍ସ ସମେତ ମଧ୍ୟ ସର୍କଲ ଓ ସିନ୍ଧି ହାଉସ ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦୀପ ଜାଳିଛନ୍ତି ଲୋକେ। କେବଳ ଦିଲ୍ଲୀ ନୁହେଁ ପୂରା ଦେଶବାସୀ ରାମ ଜ୍ୟୋତି ଜାଳି ଦୀପୋତ୍ସବ ପାଳନ କରିଛନ୍ତି। ଚାରିଆଲୋ ଦୀପର ଆଲୋକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଅଯୋଧ୍ୟାରୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ସାତ କଲ୍ୟାଣମାର୍ଗରେ ମଧ୍ୟ ଦୀପ ଜାଳିଛନ୍ତି। ଏହି ଅବସରରେ ସେ ସୋଶାଲ ମିଡିଆରେ ଟ୍ୱିଟ୍‌ କରି ଦେଶବାସୀଙ୍କୁ ଦୀପୋତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି। ସେ ଏକ ଭିଡିସ ସେୟାର କରି କହିଛନ୍ତି, ‘ଆଜି ଅଯୋଧ୍ୟାରେ ରାମ ଲଲା ନିଜର ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ଏହି ପବିତ୍ର ଅବସରରେ ସମସ୍ତ ଦେଶବାସୀ ରାମ ଜ୍ୟୋତି ପ୍ରଜ୍ୱଳିତ କରି ନିଜ ନିଜ ଘରେ ରାମଙ୍କୁ ସ୍ୱାଗତ କରନ୍ତୁ। ଜୟ ସିୟାରାମ।’

ଅଯୋଧ୍ୟାରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସରିଛି। ଅଯୋଧ୍ୟା ନଗରୀକୁ ହଜାର ହଜାର କ୍ୱିଣ୍ଟାଲ ଫୁଲରେ ନବବଧୂ ଭଳି ସଜେଇ ଦିଆଯାଇଛି। ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଅର୍ଥାତ୍‌ ଜାନୁଆରୀ ୨୩ ତାରିଖରୁ ସାଧାରଣ ଜନତା ମନ୍ଦିରକୁ ଯାଇ ରାମଲଲାଙ୍କୁ ଦର୍ଶନ କରିପାରିବେ।

ad-week
Leave A Reply

Your email address will not be published.