ରାମଲଲାଙ୍କ ପାଇଁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୩ ଗିରଫ

add-all

IMAGE_1705927581

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହା ପୂର୍ବରୁ ରବିବାର ମୁମ୍ବାଇରେ ଜୟ ଶ୍ରୀ ରାମ ନାରା ଦେଇ ବାଇକ୍‌ ଓ କାର୍‌ ରାଲି ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଙ୍ଘର୍ଷ ହୋଇଥିଲା। ଏହି ମାମଲାରେ ଆଜି ମୁମ୍ବାଇ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି।

ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅଭିଯୁକ୍ତ ବିରୋଧରେ କଡା ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଇନ ପରିସ୍ଥିତି ଉଲଙ୍ଘନ ଓ ବିଶୃଙ୍ଖଳା ସୃଷ୍ଟି କରିଥିବା ଲୋକଙ୍କ ବିରେଧରେ ଶୂନ୍ୟ ସହନଶୀଳତା ଆପଣାଇବାକୁ କହିଛନ୍ତି।

ରବିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୁମ୍ବାଇର ଭାଏନ୍ଦର ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି କାର୍ ଓ ଅନେକ ବାଇକରେ ୧୦ରୁ ୧୨ ଲୋକଙ୍କ ଏକ ଗୋଷ୍ଠୀ ମୀରା ଭାଏନ୍ଦର ଅଞ୍ଚଳର ନୟା ନଗରରୁ ଏକ ରାଲି ବାହାର କରିଥିଲେ। ଏମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଉପଲକ୍ଷେ ଏହି ରାଲି କରାଯାଇଥିଲା।

ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକେ ରାଲିକୁ ବିରୋଧ କରିବା ସହ ବାଣ ଫୁଟାଇବାକୁ ମନା କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ରାମ ପତକା ଚିରବା ସହ ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କିଛି ଯୁବକଙ୍କୁ ଗତ ରାତିରେ ହିଁ ଗିରଫ କରିଥିଲା। ଏଥିସହ ସ୍ଥିତିକୁ ଦେଖି ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସେପଟେ ଏହି ଘଟଣାର ପୂରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ପୂରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସିସିଟିଭି ଫୁଟେଜ ଆଧାରେ ଏହି ମାମଲାରେ ଆଉ କେଉଁମାନେ ସାମିଲ ଥିଲେ ସେ ନେଇଁ ପୁଲିସ ଯାଞ୍ଚ ଜାରି ରଖିଛି।

ad-week
Leave A Reply

Your email address will not be published.