ଦାରିଙ୍ଗବାଡ଼ି, ୨୪/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡ଼ିଶାର ଉଦଯାପନୀ ତଥା ପୁରୁସ୍କାର ବିତରଣ ଉତ୍ସବ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ସାହିତ୍ୟ ପ୍ରତି ଯୋଗୀତା ନିମନ୍ତେ ପୁରସ୍କାର ବିତରଣୀ ଉତ୍ସବ ଆଜି ମହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିୟାରସିଂ ଅଧ୍ୟକ୍ଷତା କରିଥିବା ବେଳେ, ଓଡିଶା ବିଧାନସଭା ଉପ ବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ଡ଼. ସୁଶାନ୍ତ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମହାମୟୀ ମହିଳା ମହା ବିଦ୍ୟାଳୟ, ବ୍ରହ୍ମପୁର ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ବିଡ଼ିଓ ଗଦାଧର ପାତ୍ର, ଦାରିଙ୍ଗବାଡ଼ି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ତହସିଲଦାର ଶରତ ଶବର, ସ୍ୱତନ୍ତ୍ର ଅତିଥି ଋଷିମାଳ ମହା ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ରାମଚନ୍ଦ୍ର ପାତ୍ର ଓ ସ୍ନାତକ ମହାବିଦ୍ୟାଳୟର ସଭାପତି ଅଜୟ କୁମାର ରଣସିଂ ଓ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ ଅତିଥି ପରିଚୟ କରିବା ସହିତ କାର୍ଯ୍ୟ କ୍ରମର ଲକ୍ଷ ଉଦେଶ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଅତିଥିମାନେ କାର୍ଯ୍ୟକ୍ରମର ଲକ୍ଷ ଉଦେଶ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ବିଭିନ୍ନ ବିଭାଗରେ ଭଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଅଞ୍ଚଳର ପଂଚାୟତ ପ୍ରତିନିଧି ସମୁହ, ଅଭିଭାକ, ବୁଦ୍ଧିଜୀବୀଙ୍କ ସହିତ ଅଞ୍ଚଳ ବାସୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା। ଇତିହାସ ଅଧ୍ୟାପକ ରାଜକିଶୋର ସିଂ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ, ଓଡ଼ିଆ ଅଧ୍ୟାପକ ଦିବାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲ। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସମୁହ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
