ନୟାଗଡ଼ ଜିଲ୍ଲାରେ ବହୁ ସରକାରୀ ବାବୁ କୋଳି ଖାଇ ମଞ୍ଜି ପୋତି ଛନ୍ତି….

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ୯ଟି ଶାଖା ଜିଲ୍ଲାରେ କାମ କରୁଛି । ଏହି ଶାଖା ଗୁଡିକରେ ଥିବା ଅନେକ ଅଧିକାରୀ ବହୁଦିନ ଧରି ଗାଦି ମାଡ଼ି ବସିଥିବାର ଅଭିଯୋଗ ହୋଇଛି । ସମବାୟ ଓ ସରକାରଙ୍କ ନିୟମ ଅନୁସାରେ କୌଣସି କର୍ମଚାରୀ ୩ବର୍ଷ ରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ । ଆଗକୁ ନିର୍ବାଚନ ଆସୁଛି ଯଦି ଏହି ବ୍ରାଞ୍ଚ ମ୍ୟାନେଜରମାନେ କର୍ଯ୍ୟ କରିବେ ତ ହେଲେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ ବୋଲି ବହୁ ସମବାୟବିତ ଅଭିଯୋଗ ହୋଇଛି। ମହିପୁର ସେବା ସମବାୟ ସମିତିରେ ମଧ୍ୟ ବଦଳି କରାଯାଉନଥିବା ଅଭିଯୋଗ ହୋଇଛି ସେହିପରି ନୟାଗଡ଼ ମୁଖ୍ୟ ବ୍ରାଞ୍ଚ ରେ ମ୍ୟାନେଜର ୭ବର୍ଷ ଲାଗି କାମ କରୁଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ମୁଖ୍ୟ ଶାଖାରେ ମଧ୍ୟ ସମାନ ଅବସ୍ଥା । ପ୍ରତ୍ୟେକ ଶାଖାର କର୍ମଚାରୀ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନ ରେ ରହୁଥିଲେ ବି ଅନ୍ୟତ୍ର ବଦଳି କରାଯାଉନାହିଁ । ଯାହା ଫଳରେ ଶାଖା ବ୍ୟାଙ୍କ ଗୁଡ଼ିକରେ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି । ସାରା ଜିଲ୍ଲା ରେ ଏହି ବ୍ୟାଙ୍କ ଅଧୀନରେ ଥିବା ଶାଖା ଗୁଡିକରେ ୩୬୨କୋଟି ଆୟକର ଫାଙ୍କି ଥିବାର ଆୟକର ବିଭାଗ ତରଫରୁ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କକୁ ନିର୍ଦ୍ଦେଶ ଆସିଛି । ଗତ ଦୁଇ ମାସ ମଧ୍ୟରେ ଆୟକର ଦାଖଲ ନ କଲେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବ ବୋଲି ନିର୍ଦ୍ଦେଶ ଦେଇଛି । ଏନେଇ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ କରୁଣାକର ହାଁସଦାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଜିଲ୍ଲା କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟିରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ଲାଗି ସ୍ୱତନ୍ତ୍ର ଆଲୋଚନା ହୋଇଛି । ସମବାୟ ବିଭାଗ ରେ ସ୍ୱଚ୍ଛତା କେବେ ଆସିବ ତାହା ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.