ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ ଯୋଗୀରାଜ

aru

ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ  ସହ କ’ଣ କ’ଣ ବିତିଥିଲା ତାହାକୁ ନେଇ ସେ ଅନେକ ପ୍ରତିକ୍ରିୟା ଦେଇସାରିଛନ୍ତି।

ନିକଟରେ ଅରୁଣ ଯୋଗୀରାଜ ନିଜର ଅନୁଭୂତି ବଖାଣି କହିଛନ୍ତି,‘ ମୁଁ ଯେତେବେଳେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲି ସେ ସମୟରେ ପ୍ରତିଦିନ ସନ୍ଧ୍ୟା ୪ଟାରୁ ୫ଟା ଭିତରେ ଏକ ମାଙ୍କଡ଼ ଆସିଥାଏ। ମଝିରେ ଥଣ୍ଡା ପଡ଼ିବାରୁ ମୁଁ ମୂର୍ତ୍ତି ତିଆରୁ କରୁଥିବା ଘରର ଦ୍ବାରା  ବନ୍ଦ କରି ଦେଇଥିଲି। ଏହି ସମୟରେ ଉକ୍ତ ମାଙ୍କଡ଼ ଆସି କବାଟ ବାଡେଇ ଥିଲା।

ମୁଁ ଦ୍ବାର ଖୋଲିବାରୁ ସେ ଚୁପ ହୋଇ ସେଠାରେ ବସି ରହିଥିଲା। ଆଉ ଏକ ଲୟରେ ମୂର୍ତ୍ତିକୁ ଚାହିଁ ରହିଥିଲା। ଯେମିତି ଲାଗୁଥିବା ଉକ୍ତ ମାଙ୍କଡ଼ ପ୍ରଭୁ ହନୁମାନ ବେଶରେ ପ୍ରତିଦିନ ରାମଲଲ୍ଲାଙ୍କୁ ଦର୍ଶନ ପାଇଁ ଆସୁଥିଲା। ମୁଁ ଏବିଷୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବଙ୍କୁ ବି ଜଣାଇଥିଲି।

ମୂର୍ତ୍ତି ତିଆରି କରିବା ସମୟରେ କେମିତି ଗଢ଼ିବି ଚିନ୍ତା କରୁଥିବା ବେଳେ ମୋର ହାତ ଆପଣଛାଏଁ ଚାଲିଥାଏ। ୭ମାସ ମୁଁ ଶୋଇ ପାରି ନାହିଁ ଆଖି ଖୋଲିଲେ ବୁଜିଲେ ମୋତେ ରାମଲଲ୍ଲା ହିଁ ଦେଖା ଯାଆନ୍ତି। ଜାନୁଆରି ୨୨ ତାରିଖ‌ରେ ରାମଲଲ୍ଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା ହେବାପରେ ଯାଇ ମୋତେ ଶାନ୍ତି ମିଳିଛି। ମୁଁ ଏବେ ନିଶ୍ଚିନ୍ତରେ କିଛିଦିନ ଶୋଇବାକୁ ଚାହୁଁଛି।’

ad-week
Leave A Reply

Your email address will not be published.