ଫୁଲବାଣୀ ପ୍ରେସକ୍ଲବ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

add-all

ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ୭୫ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଯେଉଁ ମହାପୁରୁଷ ମାନେ ସମ୍ବିଧାନ ପ୍ରଣୟନ ପାଇଁ ଉଦ୍ୟମ କରିଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥି ସହିତ ଏହି ଦିନଟି ବିଶେଷ କାରଣ 1950 ମସିହାରେ, ଏହି ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା। ଏହି ଦିନ ଔପନିବେଶିକ ଶାସନ ଠାରୁ ଏକ ସ୍ଵାଧୀନ ଗଣତନ୍ତ୍ର ହେବା ପର୍ଯ୍ୟନ୍ତ ଭାରତର ଦୀର୍ଘ ଯାତ୍ରା ପାଳନ କରିଥାଏ । ଏହା ଗଣତନ୍ତ୍ର, ସାର୍ବଭୌମତ୍ୱ ଏବଂ ଭାରତୀୟ ଲୋକଙ୍କ ଚିରନ୍ତନ ଆତ୍ମା ​​ବୋଲି ସଭାପତି ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବ୍ ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି, ମିଡ଼ିଆ ଫୋରମ୍ ସଭାପତି ସନ୍ତୋଷ ଦିଗାଲ,ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ବେହେରା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପରିଡା, ଉପ ସଭାପତି ସୂର୍ଯ୍ୟ ନାରାୟଣ ବେହେରା ଓ ବିମଳ କୁମାର ନାୟକ, ସନ୍ତୋଷ ମିଶ୍ର, ଓ ୟୁ ଯେ ସଭାପତି ଅଶୋକ ମହାନ୍ତି, ସହ ସମ୍ପାଦକ ଜୟ ସେନପରିଡ଼ା,ଅମ୍ବୁଜ ବେହେରା, ଶିବ ରାମ ନାୟକ,ଶିବ ପ୍ରସାଦ ନାୟକ, ଶିବାନୀ ସୁଆର, ସୁବୁଦ୍ଧି,ଡିଜିଟାଲ ମିଡିଆ ସଭାପତି କ୍ଷିତିଶ ମଲିକ,ସଂପାଦକ ସୁଧୀର ମହାରଣା, ବୈଦ୍ଯ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.