ଗଞ୍ଜାମ ଜିଲ୍ଲା ରେ ବାଣ ବ୍ୟବସାୟୀ ମାନଙ୍କୁ କେଉଁ ଆଧାର ବାଣ ବିକ୍ରି ପାଇଁ ନିର୍ଦ୍ଧେଶ..? ସରକାରୀ କାଗଜରେ କେତେ ଏବଂ ବିନା କାଗଜପତ୍ର ରେ କେତେ ? ସାର୍ବଜନୀନ ହେବା ଦରକାର

ଜିଲ୍ଲାରେ ଗ୍ରୀନ ବଦଳରେ ରେଡ଼ ବାଣ ଅବାଧ ଓ ଚଢ଼ା ଦରରେ ବିକ୍ରି…..
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଗାଁ ରୁ ସହର ପର୍ଯ୍ୟନ୍ତ ଗ୍ରୀନ ବାଣ ସ୍ଥାନରେ ରେଡ଼ ବାଣ ଅବାଧ ରେ ବିକ୍ରି ହେଉଛି। ଜିଲ୍ଲା ପ୍ରଶାସନ ଗ୍ରୀନ ବାଣ ବିକ୍ରି ପାଇଁ ଖୁଚୁରା ବ୍ୟବସାୟୀ ମାନଙ୍କୁ ନିର୍ଦ୍ଧେଶ ଦେଇଛି ନା ରେଡ଼ ବାଣ ବିକ୍ରି ପାଇଁ ନିର୍ଦେଶ ହୋଇଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହର ବନ୍ୟାରେ ରହିଥିବା ବେଳେ କାହା ନିର୍ଦ୍ଧେଶ ରେ ଜିଲ୍ଲାର କୋଣ ଅନୁ କୋଣରେ ଅବାଧରେ ଗ୍ରୀନ ବାଣ ବଦଳରେ ରେଡ଼ ବାଣ ବିକ୍ରି ହେଉଛି। ପୋଲିସ ମଧ୍ୟ ଚୁପଚାପ ହାତ ବାନ୍ଧି ବସିଛି। ଖୁଚୁରା ବ୍ୟବସାୟୀ ମାନେ ସରକାଙ୍କ ନିର୍ଦ୍ଧେଶ କୁ ଫୁ କରି ରେଡ଼ ବାଣ ବିକ୍ରି କରୁଛନ୍ତି। ପୁଣି ବାଣ ବିକ୍ରି ପାଇଁ କେତେ ଜଣକୁ ସରକାରୀ ସ୍ତରରେ ଅନୁମତି ଦିଆ ଯାଇଛି ତାକୁ ନେଇ ପ୍ରଶ୍ନ ଉଠିଲାଣି କାରଣ ସହର ରୁ ଗାଁ ଯାଏ ଛତୁ ଫୁଟିଲା ଭଳି ବାଣ ଦୋକାନ ଏହି ମାନଙ୍କୁ ଅଙ୍କୁଶ ଲଗାଇବ କିଏ..? ପୁଣି ବାଣ ବିକ୍ରି ପାଇଁ କୌଣସି ନୀତି କିମ୍ବା ନିୟମ ନାହିଁ ଯାହା ଫଳରେ ବ୍ୟବସାୟୀ ମାନେ ଅତି ଚଢ଼ା ଦରରେ ବାଣ ବିକ୍ରି କରୁଛନ୍ତି ଏହାକୁ ନେଇ ଵି ଅଭିଯୋଗ ଆସୁଛି l ସରକାରୀ ନିୟମ ରେ ଗ୍ରୀନ ବାଣ କିନ୍ତୁ ବ୍ୟବସାୟୀ ମାନେ ରେଡ ବାଣ ବିକ୍ରି କରୁଛନ୍ତି ପ୍ରଶାସନ ସବୁ ଜାଣି ନୀରବ l ସରକାରୀ ବାବୁ ମାନେ ଘରକୁ ବାଣ ନେବା ସହିତ ମୋଟା ଅଙ୍କର ପାଉଣା ପାଇଁ ଖୁସ l ଯାହାଫଳରେ ସରକାର ଙ୍କ ସବୁ ନିୟମ କୁ ଫୁ କରି ଅବାଧ ରେ ବିନା ପଞ୍ଜିକରଣ ରେ ବାଣ ବିକ୍ରି ଚାଲିଛି l ଏହି ବର୍ଷ ର ଦୀପାବଳି କାହା ପାଇଁ ପୁଷ ମାସ ତ କାହାପାଇଁ ସର୍ବନାଶ ପାଲଟିଛି l
