
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ଣ୍ଣଭ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା ରେ ଉବୁଟୁବୁ ହୋଇଛି। ଆସିକା ବଜାର ସାହିର ସ୍ୱର୍ଣ୍ଣ ଅଳଙ୍କାର ଯୁବ ବ୍ୟବସାୟୀ ଆର. ଚିଦା ନନ୍ଦ ଆଚାରୀ ଆସିକା ଅଞ୍ଚଳରେ ସରକାରୀ ରିଲିଫ ନ ପହଞ୍ଚିବା ପୂର୍ବରୁ ସର୍ବ ପ୍ରଥମେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସହ ସହ ଭୋକିଲାଙ୍କୁ ପେଟ ପୁରା ଖାଦ୍ୟ ଦେଇଥିଲେ। ବନ୍ୟା ପରିସ୍ଥିତି ରେ ସୁଧାର ଆସିବା ପରେ ବନ୍ୟାରେ ଅଧିକ କ୍ଷତି ଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ କୁ ଯାଇ ଚାଉଳ ସାଙ୍ଗକୁ ଶୁଖୁଲା ଖାଦ୍ୟ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚାଉ ଥିବାର ଦେଖିବାକୁ ମିଳିଛି। ଚିଦାନନ୍ଦ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନରହି ନିଜସ୍ୱ ଉଦ୍ୟମ ରେ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରୁଥିବା ଯୋଗୁଁ ଗାଁ ଗାଁ ରେ ଲୋକେ କହୁଛନ୍ତି ଅସୁବିଧାର ବନ୍ଧୁ ରିଏଲ ହିରୋ ଆମର ଚିଦାନନ୍ଦ ବୋଲି ସେ କହିଛନ୍ତି। ମୋର କୌଣସି ସ୍ୱାର୍ଥ କିମ୍ବା ଆଶା ନରଖି ବିପନ୍ନ ଙ୍କୁ ସାହାଯ୍ୟ କରିବା ମୋର ଏକ ମାତ୍ର ଲକ୍ଷ ବୋଲି।
