ହୋଟେଲ ଓ ବେକେରି ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଡ୍ଡାଉ

kalipuja

କୋରାପୁଟ /କୋଟପାଡ଼ : କୋଟପାଡ଼ ସହରରେ ଥିବା ବିଭିନ୍ନ ହୋଟେଲ ଓ ବ୍ୟାକେରି ଦୋକାନ ଉପରେ ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ ପରିମଳ ଅଧିକାରୀ ଓ କର୍ମଚାରୀ ମିଳିତଭାବେ ଚଡ୍ଡାଉ କରି ମଣି ହୋଟେଲ, ମୁନା ହୋଟେଲ, ଗୌଡ଼ ହୋଟେଲ,ଆଚାର୍ଯ୍ୟ ହୋଟେଲ, ବେଙ୍ଗଲୋର ବ୍ୟାକେରି ଦୋକାନ ଗୁଡିକରେ ଖାଦ୍ୟ ନିରୀକ୍ଷଣ କରିଛନ୍ତି l ଏଥିରେ ସମସ୍ତ ହୋଟେଲର ଖାଦ୍ୟ ,ବାଣିଜ୍ୟ ଅନୁମତି ପତ୍ର ଯାଞ୍ଚ କରିବା ସହିତ ଦୁଇଟି ହୋଟେଲର ଲାଇସେନ୍ସର ଅବଧି ସରିଯାଇଛି ପୁନଃ ନବୀକରଣ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

ନଗର ଉପ କଣ୍ଠରେ ରହିଥିବା ମଣି ହୋଟେଲର ରନ୍ଧାଶାଳ ଅପରିଷ୍କାର ଦେଖିବାକୁ ପାଇଥିଲେ ଏବଂ ଜୋରିମାନା ବାବତରେ ପାଞ୍ଚ ହଜାର ଟଙ୍କା ଆଦାୟ କରି ଭବିଷ୍ୟତରେ ସଫା ସୁତୁରା ରଖିବାକୁ ଆଦେଶ ଦେଇଥିବା ସୂଚନା ମିଳିଛି l ସେହପରି ସିଙ୍ଗଲ ବ୍ୟବହାର ପ୍ଲାଷ୍ଟିକ ଅନେକ ହୋଟେଲ ଏବଂ ବ୍ୟାକେରିରେ ପାଇଥିବା ଯୋଗୁଁ ବାରହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ପୂଣି ଏହାର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ରହିଛି l ଚଡ୍ଡାଉ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜିନୀ (ଦେଉରି, ଖାଦ୍ୟ ସୁରକ୍ଷା ଅଧିକାରୀ, କୋରାପୁଟ ) କୋଟପାଡ଼ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ନାୟକ ଏବଂ ପରିମଳ ଅଧିକାରୀ, ବଡ଼ବାବୁ ଗୋପୀ ମାଝୀଙ୍କ ସମେତ ବିଜ୍ଞାପିତ ଅଞ୍ଚଳର ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.