ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

kalipuja

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା । ପୁଣି ଅଶାନ୍ତ ରାଜଧାନୀ । ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ରାଜଧାନୀ । ଲକ୍ଷ୍ମୀସାଗର କଟକ ରୋଡରେ ଗୁଳିକାଣ୍ଡ । ଜଣେ ଯୁବକଙ୍କ ମୁଣ୍ଡକୁ ଗୁଳି ମାରି ଦୁର୍ବୃତ୍ତ ଫେରାର। ୪ଟି ବୋମାମାଡ଼ ସହ୨ ରାଉଣ୍ଡ ଗୁଳି କରି ଯୁବକଙ୍କୁ ହତ୍ୟା କଲେ ଆତତାୟୀ । ମୃତକ ହେଲେ ହଳଦୀପଡ଼ିଆ ଅଞ୍ଚଳର ସୋନୁ ନାୟକ। ସୂଚନା ଅନୁଯାୟୀ, ସୋନୁ ନିଜ ବାଇକ୍ ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିଲେ । ଲକ୍ଷ୍ମୀସାଗର ରାଧିକା ଏନକ୍ଲେଭ ନିକଟରେ ଥିବା ଏକ ମଲ୍ ସାମ୍ନାରେ ତାଙ୍କୁ ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ସୋନୁଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ରାସ୍ତା ଉପରେ ଟଳିପଡ଼ିଥିଲେ ।

ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ ତାହା ଜଣାପଡ଼ିନି । ପ୍ରେମ କାରବାର ବା ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ । ଅନ୍ୟପଟେ ହତ୍ୟାକାଣ୍ଡକୁ ନେଇ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ସହ ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତନାଘନା ଚଳାଇଛି । ନିଜେ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ad-week
Leave A Reply

Your email address will not be published.