ଚିକିଟି ବ୍ଲକର ୮୬୦ ପରିବାରଙ୍କୁ ରିଲିଫ ସହାୟତା ଓ ଘର ଭାଙ୍ଗିଥିବା ୫୦ ପରିବାରଙ୍କୁ ଯୋଗାଇ ଦିଆଗଲା ତାରପୋଲିନ୍

kalipuja

ବ୍ରହ୍ମପୁର : ସାମ୍ପ୍ରତିକ ଅର୍ଣ୍ଣବ ବାତ୍ୟାରେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ରାମେୟାପାଟଣା ଓ ବାଦପୁର ଗ୍ରାମର ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବିପର୍ଯ୍ୟୟରେ ପ୍ରଭାବିତ ଏହି ପରିବାରମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭୁବନେଶ୍ୱରସ୍ଥିତ ଇନ୍ଫୋସିସ୍ (Infosys), ଓଡ଼ିଶା ରାଇଜିଂ ଫାଉଣ୍ଡେସନ (Odisha Rising Foundation) ଏବଂ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ୍ ସୋସାଇଟି ଫର୍ ରୁରାଲ୍ ଡେଭଲପମେଣ୍ଟ (ISRD) ସଂସ୍ଥାର ମିଳିତ ସହଯୋଗରେ ରାମେୟାପାଟଣା ଓ ବାଦପୁର ଗ୍ରାମର ମୋଟ ୮୬୦ଟି ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହିତ ବାତ୍ୟାରେ ଘର ଭାଙ୍ଗିଯାଇଥିବା ୫୦ଟି ପରିବାରଙ୍କୁ ଅସ୍ଥାୟୀ ଆଶ୍ରୟ ଓ ଘରର ସୁରକ୍ଷା ପାଇଁ ତାରପୋଲିନ୍ ଯୋଗାଇ ଦିଆଯାଇଛି।

ବିପର୍ଯ୍ୟୟ ସମୟରେ ଅସହାୟ ଓ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ଏହି ମିଳିତ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ମାନବିକ ସହଯୋଗ ଦ୍ୱାରା ପ୍ରଭାବିତ ପରିବାରମାନେ ଏହି କଠିନ ସମୟରେ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିଛନ୍ତି।

ସାମାଜିକ ଦାୟିତ୍ୱବୋଧ ଓ ମିଳିତ ସହଯୋଗ ମାଧ୍ୟମରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ଜୀବନରେ ଆଶା ଓ ଭରସା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରେ ଗାଁର ନାଇଡ଼ୁ ଙ୍କ ସହ ସମସ୍ତ କମିଟି ସଭ୍ୟ, ମହିଳା ଓ ଯୁବ ସଂଗଠନ, ଗାଁର ପରାମର୍ଶଦାତା ଶ୍ରୀ ଏଲ. ଭୋଗୀରାଜ, ଗୋପାମା, ଓରଫ ତରଫରୁ ଆଶୀୟନ ପ୍ରକାଶ, ଆଲୋକ ପରିଚ୍ଛ , isrd ତରଫରୁ ସୁଧୀର ସାବତ, ଶ୍ରୀଲକ୍ଷ୍ମୀ, ପ୍ରଭାତ ପାଢ଼ୀ, ବୈରାଗୀ ପାତ୍ର, ବଳରାମ ମଲିକ, ରାମକୃଷ୍ଣ ମହାପାତ୍ର, ସସ୍ମିତା, ଟି ସୁରେଶ, ଘନ ସାହୁ ପ୍ରମୁଖ ପରିଚାଳନା କରିଥିଲେ

ad-week
Leave A Reply

Your email address will not be published.