ପୋଲିସ କହିଛି ଯେ ସତାଙ୍ଗ ଗାଁରେ ଅତିରିକ୍ତ ପୋଲିସ ଫୋର୍ସ ପହଞ୍ଚିବା ପରେ ଆକ୍ରମଣକାରୀମାନେ ପଛକୁ ହଟିଥିଲେ ଏବଂ ସଂଘର୍ଷ ବନ୍ଦ ହୋଇଥିଲା । ସେପଟେ ଆହତମାନଙ୍କୁ ଇମ୍ଫାଲର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ଜଣଙ୍କ ମୁହଁରେ ଏବଂ ଅନ୍ୟ ଜଣଙ୍କ ଜଙ୍ଘରେ ଗୁରୁତର ଆଘାତ ଲାଗିଛି । ସଶସ୍ତ୍ର ପୋଲିସ ବାହିନୀ ଅଞ୍ଚଳରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ପଛକୁ ହଟିଯାଇଥିଲେ ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ବୋମାର ଖଣ୍ଡବିଖଣ୍ଡିତ ଅଂଶ ପଶିଛି ଏବଂ ଅନ୍ୟ ଜଣଙ୍କ ଜଙ୍ଘରେ ଆଘାତ ଲାଗିଛି । ସୂଚନାଯୋଗ୍ୟ, ମେ’ ୩ରେ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା।
