ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

IMAGE_1706517993

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ।

ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ। ଫେବ୍ରୁଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ସେହିପରି ଫେବ୍ରୁଆରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ।

ଏହାପରେ ୨୭ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ଏବଂ ସେହିଦିନ 5ଟାରେ ଫଳାଫଲ ପ୍ରକାଶ ପାଇବ।

କାର୍ଯ୍ୟକାଳ ସରିବାକୁ ଯାଉଥିବା ୫୬ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶେର ୧୦ ଜଣ ସାଂସଦ ଥିବାବେଳେ ମହାରାଷ୍ଟ୍ର ଓ ବିହାରରେ ୬ ଜଣ ଲେଖାଏ, ମଧ୍ୟପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫ ଲେଖାଏ, ଗୁଜରାଟ ଓ କର୍ଣ୍ଣାଟକରେ ୪ ଲେଖାଏ, ଓଡିଶା, ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୩ ଲେଖାଏ, ଏବଂ ଛତିଶଗଡ, ହରିଆଣା ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏ ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।

ଏହି ସବୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାରେ କାର୍ଯ୍ୟକାଳ ସରିବାକୁ ଯାଉଥିବା ରାଜ୍ୟସଭା ସାଂସଦ ହେଉଛନ୍ତି ବିଜେଡିର ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ।

ad-week
Leave A Reply

Your email address will not be published.