ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ଜମା ଗ୍ରହଣ କରିପାରିବ ନାହିଁ: ରିଜର୍ଭ ବ୍ୟାଙ୍କ

add-all

paytm-bank-soon

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ଲିମିଟେଡ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ୨୯ ଫେବ୍ରୁଆରି ୨୦୨୪ ପରେ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ୱାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ରେ ଜମା କିମ୍ବା ଟପ୍‌ ଅପ୍‌ ଗ୍ରହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଛି।

ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ (ପିପିବିଏଲ୍‌) ବିରୋଧରେ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍‌ ଅଡିଟ୍‌ ରିପୋର୍ଟ ଏବଂ ପରବର୍ତ୍ତୀ ସମୟରେ ବାହ୍ୟ ଅଡିଟରଙ୍କ ଅନୁପାଳନ ବୈଧତା ରିପୋର୍ଟ ପରେ ହୋଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ରିପୋର୍ଟଗୁଡ଼ିକରେ ବ୍ୟାଙ୍କରେ ନିରନ୍ତର ନିୟମ ଅନୁପାଳନ ଏବଂ ନିରନ୍ତର ତଦାରଖ ନେଇ ଚିନ୍ତା ପ୍ରକାଶ ପାଇଛି। ଏହା ଫଳରେ ପରବର୍ତ୍ତୀ ତଦାରଖ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଫେବ୍ରୁଆରି ୨୯, ୨୦୨୪ ପରେ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ୱାଲେଟ୍‌, ଫାସ୍‌ଟ୍ୟାଗ୍‌, ଏନସିଏମସି କାର୍ଡ ଇତ୍ୟାଦିରେ କୌଣସି ସୁଧ, କ୍ୟାସବ୍ୟାକ୍‌ କିମ୍ବା ରିଫଣ୍ଡ ବ୍ୟତୀତ ଆଉ କୌଣସି ଜମା କିମ୍ବା ଋଣ କାରବାର (ଡିପୋଜିଟ୍‌/ କ୍ରେଡିଟ୍‌ ଟ୍ରାଞ୍ଜାକସନ୍‌) କିମ୍ବା ଟପ୍‌ ଅପ୍‌କୁ ଅନୁମତି ଦିଆଯିବ ନାହିଁ।

କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଆହୁରି ମଧ୍ୟ କହିଛି ଯେ ସଞ୍ଚୟ ବ୍ୟାଙ୍କ (ସେଭିଙ୍ଗସ୍‌) ଆକାଉଣ୍ଟ, ଚାଲୁ (କରେଣ୍ଟ) ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ଫାସ୍‌ଟ୍ୟାଗ୍‌, ନ୍ୟାସନାଲ କମନ୍‌ ମୋବିଲିଟି କାର୍ଡ ସମେତ ସେମାନଙ୍କ ଆକାଉଣ୍ଟରୁ ଗ୍ରାହକମାନେ ସେମାନଙ୍କ ଉପଲବ୍ଧ ବାଲାନ୍‌ସ ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ବିନା ଉଠାଣ କିମ୍ବା ବ୍ୟବହାରକୁ ଅନୁମତି ଦିଆଯିବ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୨ରେ ଆରବିଆଇ ପିପିବିଏଲ୍‌କୁ ତୁରନ୍ତ ନୂତନ ଗ୍ରାହକ ଅନବୋର୍ଡିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ad-week
Leave A Reply

Your email address will not be published.