ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ରୀ ପୁରୀରୁ ଉଦ୍ଧାର

add-all

ଭୁବନେଶ୍ବର :ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିବା ଦୁଇ ସ୍କୁଲ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରାଯାଇଛି। ଦୁଇ ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରାଯାଇଥିବା ନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଖୋଜ ଦୁଇ ଛାତ୍ରୀ ନାବାଳିକା।
ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ସ୍କୁଲରେ ଯାଇ ଖୋଜାଖୋଜି କରିବା ସହ ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ ପରିବାର ଲୋକେ। ହେଲେ ଦୁଇ ଝିଅଙ୍କର କୌଣସି ପତ୍ତା ମିଳିନଥିଲା। ଏ ସଂପର୍କରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ ଜଣେ ଛାତ୍ରୀଙ୍କ ମାଆ।ଝିଅକୁ ଖୋଜି ଦେବାକୁ ପୁଲିସକୁ ନିବେଦନ କରିଥିଲେ।
ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରିଥିଲା। ଦୁଇ ଛାତ୍ରୀ ଟ୍ରେନ ଯୋଗେ ପୁରୀ ଯାଇଥିବା ଜଣାପଡ଼ିଥିଲା। ୨ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ଦୁଇ ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ମଧ୍ୟ ସେମାନଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.