ଦାଦନ ଖଟିବାକୁ ଯାଇ ନାବାଳକ ସହ ବୟସ୍କଙ୍କ ମୃତ୍ୟୁ

add-all

ଉମରକୋଟ (ସପ୍ର ): ନବରଙ୍ଗପୁର ଜ଼ିଲ୍ଲାର ଶ୍ରମ ବିଭାଗ ଦାଦନ ଶ୍ରମିକ ରଖିବାରେ ବିଫଳ l ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଗରିବ ଖଟିଖିଆ ନିଜ ରାଜ୍ୟରେ କାମ ଧନ୍ଧା ନ ପାଇଁ ନିୟନ୍ତ ହୋଇ ବାହାର ରାଜ୍ୟରେ କାମ କରିବାକୁ ଯିବା ଅଧିକାଂଶ ସମୟରେ ପରିଲୋକ୍ଷିତ। ଦାଦନ ଖଟିବାକୁ ଯାଇ ସେମାନଙ୍କର ମଡ଼ ଶରୀର ଘରକୁ ଫେରନ୍ତି। ଓଡ଼ିଶାରେ ଯେତିକି ମନରେଗା କାମ ଓ ଜାତୀୟ କର୍ମ ନିଯୁକ୍ତି କାମ ଆସେ ତାହା ସବୁ ତୋ ରାତାରାତି ମେସିନ ଦ୍ଵାରା କାମ ହୁଏ ଏହି ପରି ପରିସ୍ଥିତିରେ ଏଠାକାର ଗରିବ ଖଟିଖିଆ କାମ ଧନ୍ଧା ନ ପାଇଁ ବାହାର ରାଜ୍ୟ ତାମିଲନାଡୁ, ବେଙ୍ଗାଲୁରୁ, ଆନ୍ଦ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଭିନ୍ନ ଜାଗାରେ କାମ କରି ନିଜ ପରିବାର ପ୍ରତିପାଳନ କରିବାକୁ ଯାଆନ୍ତି l କାମ କରିବାକୁ ଯାଇ ଠିକାଦାରର ଶୋଷଣର ଶିକାର ହୋଇ ବହୁତ କଷ୍ଟ ନିର୍ଯାତନା ଭଗନ୍ତି।
ସୂଚନା ପ୍ରକାର ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ, ବୋବେଇ ପଞ୍ଚାୟତ ଅନ୍ତର୍ଗତ କଟୁଆଲପାରା ( ପାଥରପାରା ) ର ବିଗତ ଆନୁମାନିକ ଚାରି ମାସ ପୂର୍ବେ ଗୋବିନ୍ଦ ଗଣ୍ଡ, (୩୦) ସର୍ଦୀପ ଗଣ୍ଡ ( ୧୭), ରଘୁନାଥ ଗଣ୍ଡ ଓ ଲଡଗାଁ ଗଣ୍ଡଙ୍କୁ, କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ କାନାଡିହି ଗ୍ରାମର ଶ୍ରୀରାମ ହରିଜନ (୩୦) ପିତା ଲକ୍ଷୀ ହରିଜନ ଦଲାଲ ଡାକି ନେଇ ମହାରାଷ୍ଟ୍ରର ପାର୍ଲି ଠାରେ ଏକ ଘରୋଇ ବୋରୱେଲ କମ୍ପାନୀରେ କାମ କରାଉଥିଲା। ବୋରୱାଲରେ ୨୯/୦୧/୨୦୨୪ ରିଖ କାମ କରିବା ସମୟରେ କରେଣ୍ଟ ସଂସ୍ପର୍ଶରେ ଆସି ଗୋବିନ୍ଦ ଗଣ୍ଡ ଓ ସର୍ଦୀପ ଗଣ୍ଡ ମୁର୍ତ୍ୟୁ ବରନ କରିବାର ସୂଚନା ରଘୁନାଥ ଗଣ୍ଡ ଓ ଲଡଗାଁ ଗଣ୍ଡ ପ୍ରକାଶ କରିଛନ୍ତି l ଗୋବିନ୍ଦ ଗଣ୍ଡଙ୍କ କୁନି କୁନି ତିନି ଜଣ ପୁଅ ଓ ଗୋଟିଏ ଝିଅ ଅଛି ଏବଂ ସର୍ଦୀପ ଗଣ୍ଡ ଅଵିବାହିତ l ଗୋବିନ୍ଦ ଓ ସର୍ଦୀପର ମଡ଼ ଶରୀର ମହାରାଷ୍ଟ୍ର ରାଜ୍ୟର ପାର୍ଲିଠାରୁ ଏକ ଆମ୍ବୁଲାନ୍ସ ଯୋଗେ ୩୦/୦୧/୨୦୨୪ ରିଖ ଗ୍ରାମ କଟୁଆଲପାରା ପହଁଞ୍ଚିବା ପରେ ଗ୍ରାମରେ ଏହି ପରି ରିଦୟ ବିଦାରକ ଦୃଶ୍ୟରେ ପୁରା ଗ୍ରାମ ସ୍ତବ୍ଧ ହୋଇ ଶୋକର ଛାୟା ଖେଳିଗଲେ। ଗ୍ରାମବାସୀ ଆମ୍ବୁଲାନ୍ସ ଓ ଦଲାଲ ଶ୍ରୀରାମ ହରିଜନକୁ ଅଟକ ରଖି ଦୁଇଟି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଦାବି କରି ଗାଁ ସାରା ବସିଥିଲେ। ଖବର ଲେଖିବାଯାଏ କିଛି ସମସ୍ୱାର ସମାଧାନ ହୋଇନଥିଲା।ପ୍ରକାଶ ଥାଉକି ପୂର୍ବରୁ ଏହି ପରି ଘଟଣା ରାଇଘର ଅଞ୍ଚଳରେ ଘଟିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ କିନ୍ତୁ ପ୍ରଶାସନର ସଚେତଣାର ଅଭାବ ଓ ଶ୍ରମ ବିଭାଗ ଅଧିକାରୀଙ୍କ ବେପରୁଆ ନୀତି ଯୋଗୁଁ ଏହିଭଳି ଘଟଣା ବାରମ୍ବାର ଦାଦନ ଖଟିବାକୁ ଯାଇ ମର ଶରୀର ଘରୁକୁ ଫେରୁଛି କହିଛନ୍ତି ଉପସ୍ଥିତ ବୁଦ୍ଧିଜୀବି, ଜଣସାଧାରଣ ଏବଂ ଆଖ ପାଖ ଗ୍ରାମର ଭଦ୍ର ବ୍ୟକ୍ତିମାନେ।

ad-week
Leave A Reply

Your email address will not be published.