ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତିଙ୍କ ବହିସ୍କାର ନେଇ ଚର୍ଚ୍ଚା…

add-all

ନୟାଗଡ଼ : ଜିଲ୍ଲା ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତି ଦିଲ୍ଲୀପ କୁମାର ବିଷୋୟୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଗଲା ବୋଲି ଜିଲ୍ଲା ଛାତ୍ର କଂଗେସ ସଭାପତି ଜ୍ୟୋତି ରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ଦିଲ୍ଲୀପଙ୍କ ବିରୋଧରେ ଲଗାତାର ଭାବେ ବିଭିନ୍ନ ଅଭଯୋଗ ଆସୁଛି ତେଣୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶ ରେ ତାଙ୍କୁ ଦଳରୁ ବହିସ୍କାର କରାଯାଇଛି ବୋଲି ଜ୍ୟୋତି ରଞ୍ଜନ ନିଜର ବ୍ୟକ୍ତିଗତ ପ୍ୟାଡ ରେ ଉଲ୍ଲେଖ କରି ଗଣମାଧ୍ୟମକୁ ଦେଇଛନ୍ତି । ଜିଲ୍ଲା ମିଡ଼ିଆ ସେଲର ଅଧ୍ୟକ୍ଷ ଥିବା ଦିଲ୍ଲୀପଙ୍କୁ କାହିଁକି ବହିସ୍କାର କରାଗଲା ତାହା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା କୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାସ ଅସ୍ବୀକାର କରିବା ସହିତ କହିଛନ୍ତି ଯେ, କୌଣସି ନେତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଲେ ଦଳର ସଭାପତି ହିଁ ବହିସ୍କାର କରିପାରିବେ କିନ୍ତୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଙ୍କୁ ଏହି ଅଧିକାର କିଏ ଦେଲା ।ସେଥିପାଇଁ ଦଳର ଏକ ଶୃଙ୍ଖଳା କମିଟି ରହିଛି । କୌଣସି ବ୍ୟକ୍ତିଗତ ଶତ୍ରୁତା କୁ ନେଇ ଜ୍ୟୋତି ରଞ୍ଜନ ଏମିତି କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.