ଆଦିବାସୀ ମେଳାରେ କନ୍ଧମାଳର ଷ୍ଟ୍ରବେରୀ ଚାହିଦା ବେଶି

add-all

ଫୁଲବାଣୀ : ଭୁବନେଶ୍ବର ରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ପ୍ରବଳ ଭିଡ ଜମୁଥିବା ସୂଚନା ମିଳିଛି l ଷ୍ଟ୍ରବେରୀ ଚାଷ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ସମଗ୍ର ରାଜ୍ୟରେ ନାଁ କମାଇଲାଣି । ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି।ଯିଏ ଯାଉଛି, ସିଏ କିଣୁଛି। କନ୍ଧମାଳ ଜିଲ୍ଲାର ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି। ଆମେ ଯଦି ଏହାକୁ କିଣି ସେମାନଙ୍କୁ ଲାଭ ନ ଦେବା ତା’ ହେଲେ ସେମାନଙ୍କ ବ୍ୟବସାୟ ହେବ କିଭଳି। ଆଉ ଏହି ଷ୍ଟ୍ରବେରି ସୁସ୍ବାଦୁ ମଧ୍ୟ। ବଜାରରରେ ଏଭଳି ପ୍ୟାକେଟ ୫୦ ରୁ ୭୦ ଟଙ୍କାରେ ମଧ୍ଯ ମିଳୁଛି |
ମାତ୍ର ତା’ଠାରୁ ଏହା ଢେର ଅଲଗା। ଷ୍ଟ୍ରବେରି ଚାଷୀ ମିଙ୍କୁଲତା ପ୍ରଧାନ କହିଛନ୍ତି ଯେ, ଆମେ ଆଗରୁ ଅଲଗା ପରିବା ଚାଷ କରୁଥୂଲୁ। ମାତ୍ର ଗତବର୍ଷ ସରକାରଙ୍କ ପକ୍ଷରୁ ଚାରା ମିଳିବାରୁ ଆମେ ଷ୍ଟ୍ରବେରି ଚାଷ ଆରମ୍ଭ କଲୁ। ନଭେମ୍ବରରେ ଚାରା ଲାଗିଲେ ଜାନୁଆରୀ, ଫେବୃଆରୀ ଭିତରେ ଫଳ ଆସିଯାଏ। ପ୍ରତି ଗଛରୁ ପ୍ରାୟ ୫୦୦ ଗ୍ରାମରୁ ଅଧିକ ଷ୍ଟ୍ରବେରି ଫଳିଥାଏ। ତେବେ ଏଥର ମେଳାରେ ଷ୍ଟଲ ପକାଇଛୁ। ମାଲ୍ ଆସି ପହଞ୍ଚୁ ପହଞ୍ଚୁ ବିକ୍ରି ହୋଇଯାଉଛି। ପ୍ରାୟ ୫୦ ହଜାର ଟଙ୍କାର ବିକ୍ରି ହୋଇସାରିଲାଣି। ଆମର କନ୍ଧମାଳ ଅଞ୍ଚଳରେ ୫ଟି ଗ୍ରୁପ୍ ମିଶି ଏହି ଷ୍ଟ୍ରବେରି ଚାଷ କରୁଛୁ। ପ୍ରତି ଗ୍ରୁପ୍‌ରେ ୧୦ଜଣ ମହିଳା ରହିଛନ୍ତି।ଏହି ଚାଷ ଅଧିକ ଦି ପଇସା ରୋଜଗାର ଦେଉଛି। ଷ୍ଟ୍ରବେରି ଚାଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହିତ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲ୍‌ରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.