ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ବି ୭ ବର୍ଷ ଜେଲ..

add-all

WhatsApp-Image-2024-02-03-at-17.27.33

ଲାହୋର : ପାକିସ୍ତାନର ଏକ ଅଦାଲତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ବାଧ୍ୟତାମୂଳକ ବିରତି ବା ଇଦ୍ଦାତ ପାଳନ କରିବାର ଇସଲାମିକ ପ୍ରଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଏକ ମାମଲା ଦାୟର କରିଥିଲେ।
ବିବାହ ପୂର୍ବରୁ ବି ଇମ୍ରାନଙ୍କ ସହ ବୈବାହିକ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ ତାଙ୍କ ପୂର୍ବତନ ପତ୍ନୀ ରେହମ । ଆଡିଆଲା ଜେଲରେ ଦୀର୍ଘ ୧୪ ଘଣ୍ଟାର ଶୁଣାଣି ପରେ ଶୁକ୍ରବାର ରାତିରେ ନିମ୍ନ ଅଦାଲତ ଶୁଣାଣି ଶେଷ କରି ଏହି ରାୟ ଶଣାଇଥିଲେ ।
ଗତ ସପ୍ତାହରେ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ୧୦-୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଅଫିସିଆଲ ସିକ୍ରେଟ୍ ଆକ୍ଟ ଅଧୀନରେ ଗଠିତ ସ୍ୱତନ୍ତ୍ର ଅଦାଲତ ଉଭୟଙ୍କୁ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ୭୧ ବର୍ଷୀୟ ଇମ୍ରାନ ଖାନ ଓ ୬୭ ବର୍ଷୀୟ ଶାହ ମେହମୁଦ କୁରେଶୀ ରାୱଲପିଣ୍ଡିର ଆଡିଆଲା ଜେଲରେ ବନ୍ଦୀ ଅଛନ୍ତି।

ad-week
Leave A Reply

Your email address will not be published.