‘ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର’

add-all

IMAGE_1707381938

ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି କାର୍ କଂଗ୍ରେସ ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କର।
ଜାନୁଆରୀ 31ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ସୋରେନଙ୍କ ଘରେ ଚଢାଉ କରିଥିଲା ଇଡି। ଚଢାଉ ସମୟରେ ତଦନ୍ତକାରୀ ସଂସ୍ଥା ସୋରେନଙ୍କ ଘରୁ 36 ଲକ୍ଷ ଟଙ୍କା ନଗଦ ଟଙ୍କା ସାଙ୍ଗକୁ ଦୁଇଟି ଦାମୀ BMW କାର୍ ଜବତ କରିଥିଲା। ବର୍ତ୍ତମାନ ଏହି କାର୍ ହେମନ୍ତ ସୋରେନଙ୍କର ନୁହେଁ ବୋଲି ଇଡି କହିଛି।
ସୂତ୍ରରୁ ପ୍ରକାଶ ଯେ ଏହି କାର ଝାଡ଼ଖଣ୍ଡର କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମାଲିକାନାରେ ଥିବା ଏକ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ ବାବଦରେ ପଚରା ଉଚରା ପାଇଁ ଇଡି ଧୀରଜ ସାହୁଙ୍କୁ ସମନ ପଠାଇବ।
ପ୍ରକାଶ ଥାଉ କି, ଗତ ବର୍ଷ ଡିସେମ୍ବରରେ ଧୀରଜ ସାହୁଙ୍କ ମାଲିକାନାରେ ଥିବା ଏକାଧିକ ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ। ଏହି ସମୟରେ ନଗତ 351 କୋଟି ଟଙ୍କା ଜବତ କରାଯାଇଥିଲା। ଧୀରଜଙ୍କଠାରୁ ଜବତ ହୋଇଥିବା ଟଙ୍କା ସହ କଂଗ୍ରେସର କୌଣସି ଲିଙ୍କ୍ ନାହିଁ ବୋଲି ଦଳ ସ୍ପଷ୍ଟ କରିଦେଇଥିଲା। ଏପରିକି ଧୀରଜ ସାହୁ ମଧ୍ୟ କହିଥିଲେ ଯେ, ଏହି ସବୁ ଟଙ୍କା ତାଙ୍କ ମଦ ବ୍ୟବସାୟରୁ ଆୟ ହୋଇଛି, ଏଥିରେ ଦଳର କୌଣସି ସମ୍ପର୍କ ନାହିଁ।

ad-week
Leave A Reply

Your email address will not be published.