ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ, କହିଲେ – ଆଜି ଜେସିବିର ପରୀକ୍ଷା ହେବ

add-all

କୋହିମା : ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ । ଶତ ଚେଷ୍ଟା ପରେ ବି ବାହାରିବା ମୁସ୍କିଲ ହୋଇଗଲା। ଶେଷରେ କହିଲେ, ଆଜି ଜେସିବିର ପରୀକ୍ଷା ହେବ ।
ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନିଜେ ତେମଜେନ ନିଜ Xରେ ପୋଷ୍ଟ କରିଛନ୍ତି।
ଭିଡିଓରେ ତେମଜେନ କହିଛନ୍ତି, ମୁଁ ସବୁଠୁ ବଡ଼ ମାଛ । ମୁଁ ପାଣିରେ ଏତେ ବଡ଼ କିପରି ହୋଇଗଲି ତାହା ଜାଣି ପାରୁନି। ବହୁ କଷ୍ଟରେ ପୋଖରୀରୁ ବାହାରିବା ପରେ ସର୍ବପ୍ରଥମେ ତେମଜେନ ନିଜ କୁର୍ସିକୁ ଖୋଜିଲେ।
ଆଲୋଙ୍ଗ ନାଗାଲାଣ୍ଡ ବିଜେପି ପ୍ରଦେଶର ଅଧ୍ୟକ୍ଷ ରହି ସାରିଛନ୍ତି। ଏବେ ସେ ନାଗାଲାଣ୍ଡ ସରକାରରେ ପର୍ଯ୍ୟଟନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଛନ୍ତି। Xରେ ନିଜର ଭିଡିଓ ପୋଷ୍ଟ କରି ତେମଜେନ କହିଛନ୍ତି, ଆଜି ଜେସିବିର ଟେଷ୍ଟ ଥିଲା।
ଏହି ଭିଡିଓରେ ଲୋକ ଖୁବ୍‌ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମହାରାଜା ଆପଣ କେଉଁଠି ଫସିଗଲେ। ଜେସିବି ପାଖରେ ଥିଲେ କାମରେ ଲଗାଇବା ଦରକାର ଥିଲା। କାହିଁକି ଏତେ ଏନର୍ଜି ଅଯଥାରେ ସାରିଦେଲେ।
ଏହା ପୂର୍ବରୁ ତେମଜେନ ଇମାନଙ୍କ ଛୋଟ ଆଖି ଉପରେ ଦିଆଯାଇଥିବା ବୟାନର ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ad-week
Leave A Reply

Your email address will not be published.