ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡ଼ି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

add-all

ଭୁବନେଶ୍ବର: ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି।
ଜିନ୍ଦଲ ସାଉଥ୍‌-ୱେଷ୍ଟ ଫାଉଣ୍ଡେସନ୍‌ (ଜେଏସ୍‌ଡବ୍ଲୁ) ଓଡ଼ିଶାରେ ବିଦ୍ୟୁତ୍ ଚାଳିତ ଗାଡ଼ି ଓ ବ୍ୟାଟେରି ନିର୍ମାଣ କାରଖାନା କରିବ। ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଓଡ଼ିଶାରେ ପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରି ନିର୍ମାଣ କାରଖାନା କରାଯିବ। କଟକ ଜିଲ୍ଲା ନରାଜରେ ୯ ଶହ ଏକର ଜମିରେ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଇଭି କାରଖାନା ହେଲେ ୧୧ ହଜାର ଯୁବପିଢିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ। ଆନୁସଙ୍ଗିକ ଶିଳ୍ପ ଉଦ୍ୟୋଗମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ।

ad-week
Leave A Reply

Your email address will not be published.