ମଦ ନିଶାରେ ନିଜର ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଲା ବାପା

add-all

ପାଇକମାଳ: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା। ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ। ପୁଲିସ ଶବକୁ ଜବତ କରିଛି। ଶିଶୁର ପିତାକୁ ଗିରଫ କରି ପୁଲିସ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ରାତିରେ ସ୍ବାମୀ ସ୍ତ୍ରୀଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସ୍ତ୍ରୀ ମନା କରିବାରୁ ମଦ୍ୟପ ପିତା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଚେରଙ୍ଗାଝାଞ୍ଜ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ହେମନ୍ତ ଭୂଏ ନାମକ ବ୍ୟକ୍ତିଟି ନିଶାସକ୍ତ ହୋଇ ଘରକୁ ଯାଇ ନିଜ ସ୍ତ୍ରୀକୁ ମଦ ପିଇବା ପାଇଁଁ ଆହୁରି ପଇସା ମାଗିଥିଲେ । ସ୍ତ୍ରୀ ପାଖରେ ପଇସା ନଥିବା ଯୁକ୍ତିତର୍କ କରି ଉତ୍ତ୍ୟକ୍ତ ହୋଇ ପାଖରେ ଥିବା ନିଜ ୫ ମାସର ପୁଅକୁ ଟେକି ଧରି ରାସ୍ତାରେ ଦୁଇ ଥର କଚାଡି ଦେଇଥିବାରୁ ଘଟଣାସ୍ଥଳରେ ସରଳ ଶିଶୁଟିର ମୃତ୍ୟୁ ହୋଇଥିଲା । ସେଠାରୁ ନୁଆପଡା ଚିକିତ୍ସାଳୟକୁ ନେଇ ଥିଲେ ଡାକ୍ତର ସେଠାରେ ଶିଶୁ ପୁତ୍ରକୁ ମୃତ ଘୋଷଣ କରିଥିଲେ । ଏନେଇ ପାଇକମାଳ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ହେମନ୍ତକୁ ଗିରଫ କରି ଥାନାରେ ଅଟକ ରଖିଛି । ପାଇକମାଳ ପୁଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.