ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ

add-all

ଚିକିଟୀ : ଶୁକ୍ରବାର ଦିନ ସ୍ଥାନୀୟ ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଇନ୍ଦ୍ରଧନୁଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିବ ବୋଲି କହିଛନ୍ତି। ମୁଖ୍ୟ ବକ୍ତା ରୂପେ ପ୍ରଫେସର ବି. ଏନ୍ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଚିକିଟୀ ଏସ ଡି ପି ଓ ସୁଜିତ୍ କୁମାର ନାୟକ, ଡାକ୍ଟର ବସୁଦେବ ସୁବୁଦ୍ଧି, ଡି ସି ବି ବ୍ୟାଙ୍କ୍ ପରିଚାଳକ ସନ୍ତୋଷ ପାଣିଗ୍ରାହୀ, ଶିକ୍ଷାବିତ୍ ବାଳକୃଷ୍ଣ ରାଓ, ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା, ସି ଆର ସି ସି ସହିଁତା ମହାନ୍ତି, ଶିକ୍ଷାବିତ୍ ଅକ୍ଷୟ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ହିତ୍ତୋପଦେଶ ଦେଇଛନ୍ତି। ବିଶେଷ କରି କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଆଦର୍ଶ ଜୀବନ ବଞ୍ଚିବା ପାଇଁ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।ସ୍କୁଲ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଠା ଉମା କୁମାରୀ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଏଥି ସହିତ ସେଣ୍ଟ ଜାଭିୟର ସ୍କୁଲ ତରଫରୁ ଉପସ୍ଥିତ ଚିକିଟୀ ପ୍ରେସ କ୍ଲବର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଶେଷରେ ଅନୁଷ୍ଠାନ ର ନିର୍ଦ୍ଦେଶକ ହରିଶ୍ଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ମାନଙ୍କୁ ବେଶ ମନମୁଗ୍ଧ କରିପାରିଥିଲା। ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟୀ ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.