ଆସିକା ଲକ୍ଷ୍ମୀ ବଜାର ସ୍ଥିତ ଟିପିସର ନାଳରୁ ପଙ୍କ ଓ ମଇଳା ଉଦ୍ଧାର ନକଲେ କୁତ୍ରିମ ବନ୍ୟା ହେବ….!

puja26


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ପ୍ରବାହିତ ହେଉଥିବା ଋଷି କୂଲ୍ୟା ଓ ବଡ଼ ନଦୀରେ ବର୍ଷା ଜଳ ଆସିଲେ ଆସିକା ବାସୀ ଙ୍କ ମଧ୍ୟରେ ବନ୍ୟା ହେବା ଆଶଙ୍କା ରେ ଛନକା ଦେଖା ଯାଏ। ଆସିକା ସହରରେ ଯେବେ ବି ବନ୍ୟା ହୋଇଛି। ତାହାର ମୁଖ୍ୟ କାରଣ ହୋଇଛି। ଜଳ ନିଷ୍କାସନ ପଥ ଅବରୋଧ ସାଙ୍ଗକୁ ଟିପିସର ନାଳ ରେ ବନ୍ୟା ଜଳ ନିଷ୍କାସନ ନହୋଇ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଅର୍ଣ୍ଣବ ବାତ୍ୟା ଆସୁଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣ ର ବର୍ଷା ହେବ ବୋଲି ରେଡ ୱାର୍ଣ୍ଣିଙ୍ଗ ମିଳିଥିବା ଯୋଗୁଁ ଆସିକା ଅଞ୍ଚଳ ବାସୀଙ୍କ ମଧ୍ୟରେ ଛନକା ପଶିଛି। ଲୋକେ କୁଆଡ଼େ ପୁଣି କୁତ୍ରିମ ବନ୍ୟାର ସମ୍ମୁଖୀନ ହେବେ ବୋଲି ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଟିପିସର ନାଳ ରେ ପଙ୍କ ସହ ପଲିଥିନ ସାଙ୍ଗକୁ ନାଳ ବିଭିନ୍ନ ସ୍ଥାନରେ ପୋତି ହୋଇଯାଇଛି।ଜିଲ୍ଲା ପ୍ରଶାସନ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଟିପି ସର ନାଳ ପୁନଃଦ୍ଧାର କରିବାକୁ ସଚେତନ ମହଲ ରୁ ଦାବୀ ହୋଇଛି।

ad-week
Leave A Reply

Your email address will not be published.