
ବ୍ରହ୍ମପୁର, ତା. ୨୬.୧୦.୨୦୨୬ ରିଖ: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସହ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନେ ସାଧୁତାର ଶପଥ ପାଠ କରିଛନ୍ତି। ଚଳିତ ବର୍ଷର ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ମୁଖ୍ୟ ବିଷୟବସ୍ତୁ (ଥିମ୍) ରହିଛି “ସାଧୁତାରୁ ସମୃଦ୍ଧି”। ନୈତିକ ଆଚରଣ ପ୍ରଦର୍ଶନ ପୂର୍ବକ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ୱାରା ହିଁ ଅଧିକାରୀ ଓ କର୍ମଚାରୀମାନଙ୍କ ସାଧୁତାର ପ୍ରକୃତ ପରିପ୍ରକାଶ ଘଟିଥାଏ। ଏପରି ସାଧୁତା ହିଁ ସମୃଦ୍ଧିର ପଥକୁ ପ୍ରଶସ୍ତ କରି ବ୍ୟକ୍ତିଗତ ବିକାଶ ସହିତ ସାମୂହିକ ବିକାଶ କ୍ଷେତ୍ରରେ ମହୌଷଧି ସଦୃଶ କାର୍ଯ୍ୟ କରିଥାଏ। ଏହା ସହିତ ଏକ ସ୍ୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ କରିବାରେ ଏହି ସଚେତନତା ବିଶେଷ ସହାୟକ ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି।
