ଭାରସାମ୍ୟ ହରାଇଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର

add-all

ଗୋଲାମୁଣ୍ଡା: ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଏହି ଅଘଟଣ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ଡୋକରି ପଡା ଠାରେ ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକମାନେ ଆଜି ପୂର୍ବାହ୍‌ଣରେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ। ସେଠାରେ କାମ ସାରି ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଶ୍ରମିକମାନେ ଘରକୁ ଫେରୁଥିଲେ। ପିକ୍‌ଅପ୍‌ ଭ୍ୟାନ୍‌ ଡୋକରିପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କର ସହାୟତାରେ ଗୁରୁତର ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ଧର୍ମଗଡ଼ ଏବଂ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଖବର ସଂଗ୍ରହ ହେବା ପର୍ଯ୍ୟନ୍ତ ୫ ଶ୍ରମିକ ମୃତ ହୋଇଥିବା ବେଳେ ୨୫ ଗୁରୁତର ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ଧର୍ମଗଡ଼ ଓ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା।

ad-week
Leave A Reply

Your email address will not be published.