ଘର ଖଣ୍ଡେ ନ ମିଳିବାରୁ ଧାରଣାରେ ବସିଲେ ୩ ଅସହାୟ

add-all

ଆର,ଉଦୟଗିରି : ଗଜପତି ମୋହନା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକକରଣ ଚିତ୍ର । ଶାରୀରିକ ଅକ୍ଷମତା ସହ ଦାରିଦ୍ୟ କାରଣ ପରିସ୍ଥିତି ସତ୍ତ୍ବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳୁନି। ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତ୍ବେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଆବସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧରଣାରେ ବସିଛନ୍ତି ବାରଗୁଡା ଗ୍ରାମର ସୁମିତ୍ରା ନାୟକ । ସୁମିତ୍ରା ନାୟକଙ୍କ ସହ ମାନସିକ ଭାରସାମ୍ୟ ହରାଇଥିବା ଝିଅ ଅମ୍ରିତା ନାୟକ ଓ କୋମଳମତି ଶିଶୁ କ୍ରିସ୍ ବଳିଆଭସିଂ ଭଙ୍ଗା କୁଡିଆ ଘରେ ରହି ଆସୁଛନ୍ତି ।

ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଟଙ୍କା ମା ଓ ଝିଅଙ୍କୁ ମିଳୁଥିବା ବେଳେ କୋମଳମତି ଶିଶୁ ଘରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ବାଧ୍ୟ ହୋଇ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡପରେ ୪ଦିନ ଧରି ପଢି ରହିଥିବା ସତେ ସ୍ଥାନୀୟ ବିଡିଓ ହଳଧର ଶବରଙ୍କ ଅନସନଧାରୀ ଦିବ୍ୟଙ୍ଗ ମହିଳାଙ୍କ ଯାଇ ଦୁଃଖ ବୁଝି ସମୟ ନଥିବାତ ଦୂରରକଥା ସେହି ମହିଳା ପାଖକୁ ଯାଇ ଆସୁଆସୁନା ଦେବାକୁ ତାଙ୍କୁ ସମୟ ନାହିଁ ଏହା ହେଉଛି ଦୁଃଖ ବିଷୟ । ଏ କଣ ନବୀନ ସରକାରଙ୍କ ମାଙ୍କୁ ସମ୍ମାନର ଦୃଶ୍ୟ କି । ଦେବାକୁ ବାକିରହିଲା ମୋହନା ବିଡିଓ ଶ୍ରୀ ଶବର ଧାରଣା ସ୍ଥୁଳକୁ କେବେ ଜାଇ ଦିବ୍ୟଙ୍ଗ ମହିଳାଙ୍କୁ ଦୁଃଖ ସୁଣି ସମାଧାନ କରୁଛନ୍ତି ।

ad-week
Leave A Reply

Your email address will not be published.