ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍

add-all

ଫୁଲବାଣୀ : ମାତିଛନ୍ତି ବାଘ ଛାଲ ସ୍ମଗଲର୍। ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)।

ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ। କୌଣସି ସୁତ୍ରରୁ ଖବର ପାଇ ଏସଟିଏଫ୍‌ ଟିମ୍ ଗ୍ରାହକ ବେଶରେ ତାଙ୍କ ପାଖରେ ପହଞ୍ଚି ଥିଲା। ଡିଲ୍ ପୂର୍ବରୁ ଅଭିଯୁକ୍ତ ଘନେଶ୍ୱରକୁ ମାଡ଼ି ବସିଥିଲା ଏସଟିଏଫ୍। ଏହା ଛଡ଼ା ତାହା ପାଖରୁ ବାଘ ଛାଲ ଜବତ କରିଥିଲା। ତେବେ ସେ ବାଘ ଛାଲ କେଉଁଠୁ ଆଣିଥିଲା, ତାହା ଜଣାପଡ଼ି ନାହିଁ। ଏସଟିଏଫ୍ ତାହା ଉପରେ ତଦନ୍ତ ଜଳାଇଛି। 

ad-week
Leave A Reply

Your email address will not be published.