ରାଜ୍ୟସଭା ଯିବେ ସୋନିଆ ଗାନ୍ଧି, ରାଏ ବରେଲୀରୁ ଲଢ଼ିବେ ପ୍ରିୟଙ୍କା!

add-all

କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଉ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି। ତଥାପି ସେ ସକ୍ରିୟ ରାଜନୀତିରେ ରହିବେ। ସେ ରାଜସ୍ଥାନରୁ ରାଜ୍ୟସଭା ଯିବେ ବୋଲି ଜଣାପଡ଼ିଛି। 

ସେହିପରି ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ। କଂଗ୍ରେସ ତଥା ସୋନିଆଙ୍କ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏ ବରେଲୀରୁ ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିବେ।

୨୦୨୪ ସାଧାରଣ ନିର୍ବାଚନରେ ହିଁ ପ୍ରିୟଙ୍କା ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇବେ ବୋଲି କଂଗ୍ରେସର ବିଶେଷ ସୂତ୍ରରୁ ଜଣାପଡ଼ିଛି।

୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା। ଦଳର ଗଡ଼ ଆମେଥିରେ ରାହୁଲ ଗାନ୍ଧି ପରାସ୍ତ ହୋଇଥିଲେ। କିନ୍ତୁ ରାଏ ବରେଲୀରୁ ସୋନିଆ ଜିତିଥିଲେ।

୨୦୦୪ରୁ ସୋନିଆ କ୍ରମାଗତ ଭାବେ ରାଏ ବରେଲୀରୁ ଜିତି ଆସୁଛନ୍ତି। ୨୦୧୯ରେ ଏଠାରେ ତାଙ୍କୁ ୫୫.୮୦% ଭୋଟ ମିଳିଥିଲା। ତାଙ୍କ ସପକ୍ଷରେ ୫,୩୪,୯୧୮ ଖଣ୍ଡ ଭୋଟ ପଡ଼ିଥିଲା। ଏବେ ସୋନିଆ ନିଜ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ରାଏ ବରେଲୀ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.