ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ତିନି ବରିଷ୍ଠ ନେତା

add-all

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି ମଇଦାନ, ଆରମ୍ଭ କଲାଣି ରଣନୀତି। ଚଳିତ ମାସ ପ୍ରଚାର ପାଇଁ ବିଜେପିର ବହୁ ହେଭିୱେଟ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି।

ଆସନ୍ତା ୧୩ ତାରିଖରେ ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ତାଙ୍କ ପରେ ପରେ ଆସନ୍ତା ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ ଓଡିଶା ଗସ୍ତରେ ଆସିବେ। ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ହେଭିୱେଟଙ୍କ ଏହି ଲିଷ୍ଟରେ ୨୨ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବାର ସୂଚନା ରହିଛି। ତେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେବେ ଆସିବେ ତାହା ସ୍ପଷ୍ଟ ହୋଇନଥିବା କଥା କହିଛନ୍ତି ମନମୋହନ ସାମଲ।

ad-week
Leave A Reply

Your email address will not be published.