ଟ୍ରେନ୍‌ରେ ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ ଆଚରଣ କରି ଶିକ୍ଷକ ଗିରଫ

add-all

ମାଲକାନଗିରି : ଆଦିବାସୀ ଛାତ୍ରୀଙ୍କୁ ଅସଦ୍‌ଆଚରଣ ଅଭିଯୋଗରେ ଶିକ୍ଷକ ଗିରଫ। ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗିରଫ ହୋଇଛନ୍ତି। ହଷ୍ଟେଲର ଜଣେ ଆଦିବାସୀ ଛାତ୍ରୀଙ୍କ ସହ ଅସଦ୍‌ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ୫ ଜଣ ଛାତ୍ରଛାତ୍ରୀଙ୍କୁୁ ନେଇ ଜାତୀୟ କ୍ରୀଡା ଉତ୍ସବରେ ଯୋଗଦେବା ଲାଗି ଯାଇଥିଲେ। ହେଲେ ସେଠାରୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନ୍ ଭିତରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଯାହାର ଫୋଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ସମୟରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର ହୋଇ ଯାଇଥିଲେ। ବୌଦ୍ଧ ଜିଲ୍ଲାରେ ଜଣେ ସମ୍ପର୍କୀୟଙ୍କ ଘରେ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାକୁ ଯାଇଥିଲା । ଗତକାଲି ଶିକ୍ଷକଙ୍କୁ ଗିରଫ କରି ପୋଲିସ ମାଲକାନଗିରି ଆଣିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଆଦର୍ଶ ଥାନା ଅଧିକାରି ରିଗାନ୍ କିଣ୍ଡୋ ।

ad-week
Leave A Reply

Your email address will not be published.