ଫୁଲବାଣୀ : ଓଡ଼ିଶାର ପ୍ରାଣିଚିକିତ୍ସକମାନେ ଗତ ତା ୧୮.୦୧.୨୪ ରିଖ ରିଖ ଠାରୁ ଠାରୁ ଆଜି ସୁଦ୍ଧା ୨୬ ଦିନ ହେଲା ସମୂହ ଛୁଟିରେ ଅଛନ୍ତି । ସେମାନେ ଗତ ପ୍ରାୟ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ରାଜ୍ୟର ପ୍ରାଣିପାଳକ ମାନଙ୍କ ହିତରେ ବିଭାଗୀୟ ରୂପାନ୍ତରଣ ଯଥା ନିଶୁଳ୍କ ଚିକିତ୍ସା, ବିଶେଷଜ୍ଞ ଚିକିତ୍ସା, ୨୪ ଘଣ୍ଟିଆ ସେବା, ଇତ୍ୟାଦି ବ୍ୟବସ୍ଥା କରିବାକୁ ସଂଘ ଦାବି ରଖିଆସୁଛି । ତତ୍ ସହିତ ଓଡ଼ିଶାରେ ପ୍ରାଣି ଚିକିତ୍ସକ ମାନଙ୍କୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ସୁବିଧା (ଡିଏସିପି), ନନ୍ ପ୍ରାକ୍ଟିସିଂ ଭତ୍ତା (ଏନ ପି ଏ) ଓ କ୍ୟାଡ଼ର ପୁନର୍ଗଠନ ପାଇଁ ପାଇଁ ମଧ୍ଯ ସଂଘ ଦାବି ଜଣାଇଆସୁଛି।ତେବେ ଏକପକ୍ଷରେ ପ୍ରାଣିପାଳକ ମାନେ ଗତ ୨୬ ଦିନ ହେବ ରାଜ୍ୟ ପ୍ରଭୂତ କ୍ଷତିର ସମ୍ମୁଖୀନ ବେଳେ ଅନ୍ୟ ପକ୍ଷରେ ସରକାର ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନ ଥିବା ଭଳି ଆଚରଣ କରୁଛନ୍ତି । ତା ୧୨/୨/୨୦୨୪ ରିଖରେ ଲୋକସେବା ଭବନ ପରିସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଉକ୍ତ ବୈଠକରେ ସଂଘର ସମସ୍ତ ଦାବି ଉପରେ କୌଣସି ଆଲୋଚନା ହୋଇ ପାରିନଥ୍ଲା ବା କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥ୍ଲା ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି ।ଏହି ପରିପ୍ରେକ୍ଷିରେ ସଂଘ ତରଫରୁ ଯଥାଶୀଘ୍ର ପ୍ରାଣିଚିକିତ୍ସକ ମାନଙ୍କ ଯୁକ୍ତିଯୁକ୍ତ ଦାବି ଗୁଡିକ ଉପଯୁକ୍ତ ଭାବେ ବିଚାର କରି ନ୍ୟାୟପୂର୍ଣ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ପୁଣିଥରେ ନିବେଦନ କରାଯାଇଛି ଓ ଏହାଦ୍ଵାରା ପ୍ରାଣିଚିକିତ୍ସକ ମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜାରି ରହିଥିବା ଅଚଳାବସ୍ଥା ଖୁବ ଶୀଘ୍ର ଦୂର ହେବ ବୋଲି ଆଶା ପ୍ରକଟ କରାଯାଇଛି I
ତେବେ ଆଜିର ବୈଠକରୁ ନିଜ ଦୁର୍ଦ୍ଦଶାରୁ କିଛିଟା ଆଶ୍ବସ୍ତିର ଆଶା ରଖିଥିବା ପ୍ରାଣିପାଳକମାନେ ଅପ୍ରତ୍ୟାଶିତ ଫଳାଫଳ ରେ ବହୁ ପରିମାଣରେ ହତାଶ ହୋଇଛନ୍ତି l ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସମାନେ ପୁଣି ଅନିଶ୍ଚିତକାଳ ପାଇଁ ଦୁର୍ଦଶାକୁ ଠେଲି ହୋଇ ଯାଇଛନ୍ତି l
