ଜିଲ୍ଲାପାଳ କଲେ ମା’ କୁରେଇଶୁଣୀଙ୍କ ନୂତନ ମନ୍ଦିର ଭୂମିପୂଜା

add-all

ଆର,ଉଦୟଗିରି : ଆର,ଉଦୟଗିରି ବ୍ଳକ ରାମଗିରି ଗ୍ରାମପଞ୍ଚାୟତରେ ସ୍ଥିତ ମା’ କୁରେଇଶୁଣୀ ମନ୍ଦିର ପରିସରରେ ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ଦ୍ବାରା ମା’ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଉଛି । ସର୍ବପ୍ରଥମେ ରାମଗିରି ଶ୍ରୀ ରାମଶ୍ବର ବଣିକ ସଂଘ ତରଫରୁ ଜିଲାପାଳଙ୍କ ସମେତ ଅଥିମାନଙ୍କୁ ପୁଷ୍ପମାଲ୍ୟ ସହ ଉତ୍ତରାୟ ଦେଇ ସ୍ବାଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜିଲ୍ଲାପିଳ ପ୍ରଥମେ ମା କୁରେଇଶୁଣୀଙ୍କ ନିକଟରେ ପୂଜାର୍ଜନା କରି ପ୍ରଶାନ୍ତ କୁମାର ଦାସ ଏବଂ ରଞ୍ଜନ କୁମାର ଦାସଙ୍କ ଦ୍ବାରା ଭୂମିପୂଜା କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ସହ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ସମବାୟୁ ନିଗମ ନିର୍ଦେଶକ ଅନ୍ତର୍ଯ୍ୟାମି ଗମଙ୍ଗ, ଆର,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ରାମଗିରି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ମାଝି, ଜିଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ପାରଳାଖେମଣ୍ଡି ଏସିଇ ନଗେନ୍ଦ୍ରନାଥ ମହାରଣା, ଛେଳିଗଡ ଜଳସେଚନ ପ୍ରକଳ୍ପ ଅଧୀକ୍ଷଣ ଯନ୍ତୀ ବିରେନ୍ଦ୍ର କୁମାର ଜଗତ, ଏଇ ସୁଧୀର ପଣ୍ଡା, ରାମଗିରି ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି ପୂଣ୍ଣଚନ୍ଦ୍ର ରାଉତ ଏବଂ ଏସ୍ଏଚ୍ଜିର ସମସ୍ତ ସଦସ୍ୟା ଓ ବୃଦ୍ଧଜୀବୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.