ଅଗ୍ନିକାଣ୍ଡ ରେ ଦୁଇ ବଖରା ଭସ୍ମୀଭୂତ : ବ୍ୟାପକ କ୍ଷୟକ୍ଷତି…

add-all

ଓଡ଼ଗାଁ : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ପଞ୍ଚାୟତ କୁରୁମବାଙ୍କତରା ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ଦୁଇ ବଖରା ଘର ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁରୁମବାଙ୍କତରା ସମିତି ସାହିର ପାଣ୍ଡବ ବେହେରାଙ୍କ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ଘରର ଚାଳରେ ନିଆଁ ଲାଗିଯାଇଥିଲା ।ପାଣ୍ଡବଙ୍କ ଦୁଇ ପୁଅ ଅର୍ଜୁନ ଏବଂ ସୁରେନ୍ଦ୍ର ଗ୍ରାମବାସୀଙ୍କ ସହାୟତାରେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଗ୍ନିଶମ ବିଭାଗ ଦ୍ଵାରା ନିଆଁ କୁ ଆୟତ କରାଯାଇଥିଲେ ମଧ୍ୟ ସେତେବେଳକୁ ଦୁଇ ବଖରା ଘର ସହିତ, ଆସବାବପତ୍ର, ଲୁଗାପଟା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଧନଚାଉଳ ପୋଡ଼ି ପାଉଁଶ ହୋଇଯାଇଥିଲା । ପାଣ୍ଡବ ବେହେରା ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.