ଫୁଲବାଣୀ : ଆଜି ଫେବୃଆରୀ ୧୪ ତାରିଖ। ୨୦୧୯ ଠିକ୍ ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ୪୦ ଜଣ CRPF ଯବାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ସ୍ଵରୁପ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଫୁଲବାଣୀ ରକ୍ତ ଭଣ୍ଡାର ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ l ସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଉଦଘାଟନ କରିଥିଲେ। ଜିଲ୍ଲା ଚିକିତ୍ସା ଅଧିକାରୀ ମୋନଜ କୁମାର ଉପାଧ୍ୟାୟ, ଏ ଡି ମ ଓ ବିଜୟ କୁମାର ପଣ୍ଡା, ସିନିୟର ଆସିଷ୍ଟାଣ୍ଟ ମୋନଜ କୁମାର ପଣ୍ଡା, ଏ ଡି ପି ଏଚ ଓ ଧର୍ମେନ୍ଦ୍ର ତାଣ୍ଡି, ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ, ଜିଲ୍ଲା ଆଞ୍ଚଳିକ ପରିମାଣ ଅଧିକାରୀ ଶିଶିର କୁମାର ସାହୁ ଫରେଷ୍ଟ ରେଞ୍ଜର ଶିବାନନ୍ଦ ଲେଙ୍କା ରକ୍ତ ଭଣ୍ତାରର କର୍ମଚାରୀ ଡାକ୍ତର ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସାକେତ ରାଣୀ ନାଏକ ,,ସଂଯୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ଏବଂ ରକ୍ତଦାନ ସମିତି ର ସଦସ୍ୟ ମନୋଜ କୁମାର ଚୌଧୁରୀ ଏବଂ ପ୍ରଶାନ୍ତ କୁମାର ବେହେରା, ପ୍ରମୁଖ ସମ୍ପାଦନ କରିଥିଲେ। ପୁନଶ୍ଚ ରକ୍ତଦାନ ଶିବିର ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ,ମୁଖ୍ୟ ଚିକିତ୍ସାଳୟ ପି.ପି.ସି ସେଣ୍ଟର କିଛି କର୍ମଚାରୀ ଫୁଲବାଣୀର କିଛି ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ , କିଛି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ଜନସାଧାରଣ ଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ। ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରି ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରି ଶିବିରକୁ ସଫଳ କରାଇଥିଲେ l ପୁନଶ୍ଚ ସହିଦ୍ ଯବାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଚାରିଟା ଜିଲ୍ଲାର ସର୍ବମୋଟ ୧୬ ଗୋଟି ଟିମକୁ ନେଇ ଏକ ଇନଡୋର ବ୍ୟାଟମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଇଶ୍ଵର ପାଟିଲ ଯୋଗ ଦେଇଥିଲେ।
