ଡ଼ମ୍ପର୍ ଗାଡ଼ି ଓଭରଲୋଡ ଯୋଗୁଁ ରାସ୍ତାରେ ପଡୁଛି ଗୁଡ଼ି : ସାମ୍ୱାଦିକ ମାନେ କଲେ ରାସ୍ତାଝାଡୁ

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ ରାସ୍ତା ଅବସ୍ଥା ଏତେ ଖରାପ ଯେ ପ୍ରତି ଦିନ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଫୁଲବାଣୀରୁ ପଚିଶ କିଲୋମିର ଯିବା ପରେ ଗୁଡ୍ରିଗାଁର ବୁଲାଣି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି l ଏ ରାସ୍ତାରେ ନୀତି ସହ ସହ ଦୁଇଚାକିଆ ଓ ଚାରିଚକିଇଆ ଅନେକ ଯାନ ଯାତାୟତ କରୁଥିବା ଦେଖିବାକୁ ମିଳିଛି l ହେଲେ ରାସ୍ତାର ଅବସ୍ଥା କୋଠେ ଖାଲ ତ କୋଠେ ଗୁଡି ଗୁଡ଼ିଆ ପ୍ରକାଶ ଥାଉକି ଯେ ଫୁଲବାଣୀରୁ ଟିକାବାଲିକୁ ଖବର ସଂଗ୍ରହ କରିବାକୁ ଯାଉଥିବା ସମୟ ରେ ଚାରିଜଣ ଯୁବ ସାମ୍ବାଦିକ ରାସ୍ତାର ଦୟନୀୟ ଅବସ୍ଥା ଦେଖି ଘଟଣା ସ୍ଥଳରେ କିଛି ସମୟ ପାଇଁ ଅଟକି ଯାଇଥିଲେ ଏବଂ ନିଜର ସବୁ କାମକୁ ଭୁଲିଯାଇ ମାନବିକତା ଦେଖାଇ ଥିଲେ l ସେମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲାର ଡିଜିଟାଲ ମିଡିଆ ଆସୋସେଶନ ସଂଘର ଚାରିଜଣ ଯୁବ ସାମ୍ବାଦିକ , ଖିତିଶ୍ ମଲ୍ଲିକ, ସୁଧୀର ମହାରଣା, ରଞ୍ଜିତ ଦିଗାଲ ଓ ଅଚ୍ୟୁତ ନନ୍ଦ ସେଠୀ ରାସ୍ତାରେ ପଡିରହିଥିବା ଗଦା ଗଦା ଗୋଡ଼ି, ଚିପ୍ସକୁ ଦୀର୍ଘ ୩ଘଣ୍ଟା ଧରି ଦୁଇଟି ଟର୍ଣିଂର ଗୋଡ଼ି, ଚିପ୍ସକୁ ଝାଡ଼ୁମାରି ସଫା କରିଥିବା ଦୃଶ୍ୟ ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଥିଲା l ଏପରି କାଯ୍ୟକୁ କନ୍ଧମାଳ ର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ସୁଅଛୁଟିବାରେ ଲାଗିଛି l ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିପାରିନାହିଁ l ଖାଲି ଦେଖିବାକୁ ବାକି ରହି ଲା ଯେ ଏ ରାସ୍ତା ପ୍ରତି ପ୍ରଶାସନର କେବେ ଓ କେଉଁ ଦିନ ଦୃଷ୍ଟି ପଡିବ l

ad-week
Leave A Reply

Your email address will not be published.