NDAରେ ଯୋଗ ଦେବେ ଫାରୁକ ଅବଦ୍ଦୁଲା !

add-all

ନୂଆଦିଲ୍ଲୀ : ବିରୋଧୀଙ୍କ ମେଣ୍ଟକୁ ଝଟ୍‌କା। ଏନ୍‌ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ସେ ଜମ୍ମୁ କଶ୍ମୀରରେ ଏକା ନିର୍ବାଚନ ଲଢ଼ିବେ।
ସେ କହିଛନ୍ତି, ‘ମୁଁ ଭାବୁଛି ଜମ୍ମୁ କଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସହ ହେବ। ତେବେ ନ୍ୟାସନାଲ କନଫ୍ରେନ୍ସ ଏଠାରେ ଏକା ନିର୍ବାଚନ ଲଢ଼ିବ। କାହା ସହ ସିଟ୍‌ ସେୟାରିଂ କରିବ ନାହିଁ।’ ଇଣ୍ଡିଆ ମେଣ୍ଟ ସହ ସିଟ୍‌ ସେୟାରିଂ ଆଲୋଚନା ବିଫଳ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।
ଦେଶ ଗଢ଼ିବା ପାଇଁ ଯାହା କରିବାକୁ ପଡିବ ସେ ତାହା କରିବେ। ତେବେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିବା ପ୍ରଶ୍ନରେ ସେ କହିଛନ୍ତି ଯେ ଯେତେବେଳେ ସେମାନେ ଡାକିବେ, ତାଙ୍କ ସହ କିଏ ବା ନ କଥା ହେବାକୁ ଚାହିଁବ। ଭବିଷ୍ୟତରେ ଏନ୍‌ଡିଏ ସହ ସାମିଲ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛନ୍ତି। ସେହିପରି ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇସାରିଛି। ଦିଲ୍ଲୀର ୭ଟି ଆସନରୁ ୬ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆପ୍‌ ଘୋଷଣା କରିସାରିଛି।

ad-week
Leave A Reply

Your email address will not be published.