ଦିଲ୍ଲୀ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ

add-all

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏକ ରାସାୟନିକ ରଙ୍ଗ କାରଖାନାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏନେଇ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛି।
ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ୨୫ମିନିଟରେ ଏଚ୍ ବ୍ଲକ ଦୟାଲ ମାର୍କେଟ ଆଲିପୁରରେ ଥିବା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପୁଲିସକୁ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହିତ ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ପହଞ୍ଚି ପ୍ରାୟ ୩ ଘଣ୍ଟା ପରେ ଘର ଛାତ ଓ ନିଆଁ ତଳୁ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ଘରେ ରହୁଥିବା ପରିବାର ସଦସ୍ୟଙ୍କୁ ପୁଲିସ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଇଥିଲା। କାରଖାନାରୁ ବାହାରୁଥିବା ଧୂଆଁ ମଧ୍ୟ ଆଖପାଖ ଘର ଭିତରକୁ ପଶିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନା ସମ୍ପୂର୍ଣ୍ଣ ଜଳିଯାଇଛି ।

ad-week
Leave A Reply

Your email address will not be published.