ଆର,ଉଦୟଗିରି : ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତଗତ ନୁଆଗଡ ମଧ୍ୟରେ ନୂତନ ବସଷ୍ଟାଣ୍ଡ ମୁଖ୍ୟ ମନ୍ତ୍ରୀଙ୍କ କରକମଳରେ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ ହେଇଯାଇଛି । ଦୀର୍ଘ ଦିନରୁ ଅଞ୍ଚଳ ବାସୀଙ୍କ ସ୍ବପ୍ନ ସାକାର ହଇଛି । ୪ କୋଟି ଟଙ୍କାର ବ୍ୟବଦାନରେ 1.32 ଏକର ଜମିରେ ନିର୍ମିତ ବସ ଷ୍ଟାଣ୍ଡ ରେ ଗୋଟିଏ ପ୍ଲାଟଫର୍ମ, ଦୁଇଟି ଫାଟକ, ରନ୍ଧା ଘୋର ଦୋକାନ ଘୋର, ଡ୍ରାଇବେର ବିଶ୍ରାମ ଘର,ମହିଳା ଏବଂ ପୁରୁଷ ପାଇ ସୌଚାଲୟ, ବସ ଷ୍ଟାଣ୍ଡ କାର୍ଯ୍ୟାଳୟ ଦୁଇଟି ଟିକେଟ କାଉଣ୍ଟର,ପିଇବା ପାଇ ସୁଦ୍ଧ ପାନୀୟ ଜଳ,ଯୋଗୁଆଳି ନିମନ୍ତେ କୋକ୍ଷ୍ୟ, ଗୃହ ନିର୍ମାଣ ହୈଥିବା ଜଣା ପଡିଛି । ଗୁରୁବାର ନୁଆଗଡ ବସ ଷ୍ଟାଣ୍ଡ ଉଦ୍ଘାଟନ ହେଇଥିବାରୁ ନେଇ ଅଞ୍ଚଳ ରେ ବହୁତ ଖୁସି ଜାହୀର କରିଛନ୍ତି ।ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି, ଗାବରା ତ୍ରିପତି ରାଓ, ସିଡିଓ ଡ. ଗୁଣନିଧି ନାୟକ, ପାରଳାଖେମଣ୍ଡି SDC ଅଧ୍ୟକ୍ଷା ମରିୟମ ରଇତ,ରେଭୁନିୟ ADM ବିରେନ୍ଦ୍ର କୁମାର ଦାସ, ନୁଆଗଡ ବ୍ଳକ ଅଧ୍ୟକ୍ଷା ମାଳତି ପ୍ରଧାନ, ବିଡିଓ ଲୋକନାଥ ଶବର , ତହସିଦାର ପ୍ରଫୁଲ କୁମାର ଡାକୁଆ ,ସେରଙ୍ଗ ଇନିଚାଜ ଥାନା ଅଧିକାରାଣୀ ନଳିନୀ କହଁର ସ୍ଥାନୀୟ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟା ସୁଚିତା ଭୂୟାଁ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ ସଭ୍ୟା, ଏସ ସେ ଜି ମହିଳା ସଂଘ, ବରିଷ୍ଟ ନାଗରିକ ସଂଘ, ଆଶାକର୍ମୀ, ଆଙ୍ଗନ ବାଡ଼ି, ଉପସ୍ଥିତ ଥିଲେ, ପରିସେସ ରେ ପାଣ୍ଡିଆନଙ୍କ ଦ୍ୱାରା ନୁଆଗଡ ବ୍ଲକ ର ବିକାଶ ପାଇ ଆସୁଥିବା ଅନୁଦାନ ଉପରେ ମତ ରଖିଥିଲେ. ପୁଲିସ ଭିଭାଗ ତୋରଫରୁ ଶାନ୍ତି ଶୃଙ୍ଖଲା ବଜାଈ ରଖି ଥିଲେ ।
