ଲକ୍ଷ୍ମୀନୃସିଂହ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ

add-all

ଆର,ଉଦୟଗିରି : ଗଜପତି ଜିଲ୍ଲା ନୁଆଗଡ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଲକ୍ଷ୍ମୀନୃସିଂହ ମୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ନାଚଗୀତରେ ଉପସ୍ଥିତଙ୍କୁ ମୋହିତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ଖେଳ,ନାଚ,ଗୀତ, ବକ୍ତତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପରସ୍କୃତ କରାଯାଇଥିଲା । ଉତ୍ସବ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରା ସଭାପତିତ୍ବ କରିଥବା ବେଳେ ମୁଖ୍ୟ ଅତିଥି ଭାବେ ତହସିଦାର ପ୍ରଫୁଲ କୁମାର ଡାକୁଆ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜୀ,ସ୍ଥାନୀୟ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟା ସୁଚିତା ଭୂୟାଁ ଯୋଗ ଦେଇଥିଲେ । ଅତିଥି ମାନେଦ୍ବରା ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ମହେନ୍ଦ୍ର କୁମାର ସାହୁ ଓ ବସନ୍ତ କୁମାର ସିଂ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.